ଅନୁଗୁଳ: ବଡ ଧରଣର ଆୟକର ଚଢ଼ାଉ । ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍ ହୋଇଛି । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍ । ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼ । ତାଳଚେର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ ।
ଶକ୍ତି ମଲ୍ଟି ଏୟାର ଲିମୋନେଡ ପ୍ରାଇଭେଟ୍ ଲିମିଟେଡ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଉଛି । ପାରଳାଖେମୁଣ୍ଡିରେ ଥିବା ସମୁଦି ଘରେ ବି ଚଢ଼ଉ କରୁଛି ଆୟକର ବିଭାଗ । ଚଢାଉ ବେଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ତାଳଚେରର ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରିଛି ଆଇଟି ଟିମ୍ । ଏକାଧିକ ଟିମ୍ କରୁଛନ୍ତି ଚଢ଼ାଉ । ମଦ ବ୍ୟବସାୟୀ ବିକ୍ରମ ସାହୁ ଫେରାର ହୋଇଯାଇଛନ୍ତି ।