ବାରିପଦା: ଯେତେବେଳେ ଆମ ମନ ବୁଦ୍ଧି ଠାରୁ ସବଳ ହୋଇଯାଏ ସେତେବେଳେ ଏଇ ମନ ଆମକୁ ଅଜ୍ଞାନ ଭରା ନିରାଶମୟ ଅଥବା ଏକ ନିନ୍ଦିତ ଜୀବନ ଦେବା ସମ୍ଭାବନା ଅଧିକ ଥାଏ l ଏହି ମନ ଆମର ଶତ୍ରୁ ହୋଇଯାଏ, ବାହ୍ୟ ଶତ୍ରୁର ଆବଶ୍ୟକ ହୋଇ ନ ଥାଏ l
କୌଣସି ପରିସ୍ଥିତିବି ଭାଙ୍ଗି ନ ପଡି ପରିସ୍ଥିତିକୁ ସାମ୍ନା କରିବାର କଳା ଶିଖିବାକୁ ପଡିବ l ଜୀବିକା ଶିକ୍ଷା ସହିତ ଜୀବନ ଶିକ୍ଷା ପାଇଁ ପ୍ରତି ରବିହାର ଗୁରୁକୁଳ ହେଉଥିବା ବାଲବିହାର କ୍ଲାସରେ ଯୋଗ ଦେବା ଉଚିତ ବୋଲି ଗଚିନ୍ମୟ ମିଶନ ନୋଏଡା ଉତ୍ତମ ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀ ଆଜି ସ୍ଥାନୀୟ ମୁର୍ଗାବାଡି ସ୍ଥିତି ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନଙ୍କୁ ଉଦବୋଦନ ଦେଇଥିଲେ l
ସଚ୍ଚିଦାନନ୍ଦ ସେବା ଟ୍ରଷ୍ଟର ଚେୟାରମ୍ୟାନ ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ଉଦଳା ଚିନ୍ମୟ ମିଶନ ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ, ବ୍ରହ୍ମଚାରୀ ଅନିକେତ ଚୈତନ୍ୟ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ମଂଚାସୀନ ଥିଲେ l ବିଷ୍ନୁପଦ ସଭାକାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ନେହଲତା ବେହେରା, ଅବସରପ୍ରାପ୍ତ ଶିକ୍ଷକ ନବୀନ ରାଉତ, ଟ୍ରଷ୍ଟି ଉର୍ମିଳା ବେରା,ଟ୍ରଷ୍ଟି ବିରଞ୍ଚିନାରାୟଣ ବେହେରା, ଟ୍ରଷ୍ଟି ସବ୍ୟସଚ୍ଚି ପଲେଇ,ଦେବୀ ଦର୍ଶନୀ ବେହେରା, ସବିତା ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ l