ବାରିପଦା : ୭ମ ତମ ବିଶ୍ବ ପ୍ରାକୃତିକ ଚିକିତ୍ସା ଦିବସ ଅବସରରେ ବାରିପଦା , ଦେବେନ୍ଦ୍ର ପୁର ପ୍ରେମକାଲ ଯୋଗ ମନ୍ଦିର ଅନୁକୁଲ୍ୟରେ ଆୟଜିତ ଦୁଇ ଦିନିଆ ନିଶୁଳ୍କ ମାଟି ଲେପନ ଶିବିର ରବିବାର ଉଦଘାଟିତ ହୋଇଯାଇଛି | ପ୍ରଥମ ଦିନ ରେ ହିଁ ୯0 ରୁ ଉର୍ଦ୍ଧ ପ୍ରକୃତି ପ୍ରେମୀ ମାଟି ଲେପନ କାର୍ଯ୍ୟ କ୍ରମରେ ଭାଗ ନେବା ସହିତ ଯୋଗ ମନ୍ଦିରର ପ୍ରତିଷ୍ଠାତା ତଥା ତାଲିମପ୍ରାପ୍ତ ଯୋଗ ପ୍ରଶିକ୍ଷକ ଯୋଗାଚାରି ରାକେଶ୍ ମହାନ୍ତ ପ୍ରକୃତି ଚିକିତ୍ସା ବିଷୟ ରେ ସମସ୍ତଙ୍କୁ ସଂକ୍ଷେପରେ ପ୍ରକାଶ କରିଥିଲେ ଏବଂ ମାଟି ଦ୍ଵାରା ବିବିନ୍ନ ରୋଗ ଯଥା-: ଚର୍ମ ରୋଗ , ଅନିଦ୍ରା , ପେଟ ରୋଗ , ସନ୍ଧି ଯନ୍ତ୍ରଣା , ଫୋଡ଼ା , କେଶ ସମସ୍ୟା ରୁ ସମସ୍ତେ କେମିତିକା ଠିକ୍ ହୋଇପାରେ ତାହା ଯୋଗ ଗୁରୁ ସୁନ୍ଦର ଭାବରେ ବ୍ୟାଖା କରିଥିଲେ |
ପ୍ରେମକାଲ ଯୋଗ ମନ୍ଦିରରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ବିଭିନ୍ନ ପ୍ରକାର ଚିକିତ୍ସା କରାଇବା ପାଇଁ ବହୁ ଦୂରଦୂରାନ୍ତରୁ ରୋଗୀ ମାନେ ଉପକୃତ ହୋଇ ପାରୁଛନ୍ତି l