Tr

ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ଜିନପିଙ୍ଗ

National & International

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ପାରସ୍ପରିକ ଶୁଳ୍କ ୧୪୫%କୁ ବୃଦ୍ଧି କରିବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଘନେଇବାରେ ଲାଗିଛି। ଚୀନ ଆମେରିକା ଉତ୍ପାଦ ଉପରେ ୧୨୫% ଶୁଳ୍କ ଲାଗୁ କରିବା ପରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି। ତେବେ ଟ୍ରମ୍ପଙ୍କ ଏପରି ଆଚରଣକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ଜିନପିଙ୍ଗ କହିଛନ୍ତି, ଆମେରିକାର ଏହି ପଦକ୍ଷେପରେ ଚୀନ ଭୟଭୀତ ହେଉନାହିଁ।

ଅନ୍ୟପଟେ ବେଜିଂ ପକ୍ଷରୁ ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘର ଦୃଷ୍ଟି ଆକର୍ଷଣ କରାଯାଇଛି। ଟ୍ରମ୍ପଙ୍କ ଏପରି ଏକପାଖିଆ ନିଷ୍ପତ୍ତି ବିରୋଧରେ ଏକାଠି ହେବାକୁ ଚୀନ ଆହ୍ବାନ କରିଛି। ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନଚେଜଙ୍କ ସହିତ ବେଜିଂଠାରେ ଏକ ବୈଠକରେ ଜିନପିଙ୍ଗ ୟୁରୋପୀୟ ସଂଘଙ୍କୁ ଟ୍ରମ୍ପଙ୍କ ପଦକ୍ଷେପ ବିଷୟରେ ଚେତାଇଦେବା ସହିତ ଚୀନକୁ ସହଯୋଗ କରିବାକୁ କହିଛନ୍ତି। ଯାହାଫଳରେ ୟୁରୋପୀୟ ସଂଘ ଏବଂ ଚୀନ ମିଶି ଆମେରିକା ସହିତ ଟ୍ରେଡ ଓ୍ବାର୍‌ ବା ବାଣିଜ୍ୟିକ ଯୁଦ୍ଧର ମୁକାବିଲ କରିହେବ। ଚୀନ ଏବଂ ୟୁରୋପୀୟ ସଂଘ ସେମାନଙ୍କ ଅନ୍ତର୍ଜାତୀୟ ଦାୟିତ୍ଵ ନିର୍ବାହ କରିବା ଉଚିତ ଏବଂ ମିଳିତ ଭାବେ ଆମେରିକାର ଏପରି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।