Onn 3

ହର୍ଷୋଲ୍ଲାସରେ ପାଳିତ ହେଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ୧୫୩ ତମ ଜନ୍ମ ଜୟନ୍ତୀ

State
ପ୍ରଶାସନିକ କ୍ଷେତ୍ରରେ ଉଚ୍ଚକୋଟୀର ସଂସ୍କାର ଆଣିଥିଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ: ମୟୂରଭଞ୍ଜ ଜିଲ୍ଲାପାଳ

ବାରିପଦା: ଓଡିଶାର ଅନ୍ୟତମ ବରପୁତ୍ର ତଥା ମୟୂରଭଞ୍ଜର ତତ୍କାଳୀନ ପ୍ରଜାନୁରଞ୍ଜକ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ୧୫୩ ତମ ଜନ୍ମ ଜୟନ୍ତୀ ରବିବାର ଦିନ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଜନ୍ମ ଜୟନ୍ତୀ ପାଳନ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବାରିପଦା ପୌରପାଳିକାର ମିଳିତ ସହଯୋଗ କରିଥିବା ବେଳେ ଓଡିଶା ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଏହି ଦିବସର ସଂଯୋଜନା ଓ ପରିଚାଳନା କ ଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ରବିବାର ପ୍ରାତଃରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବାରିପଦା ପୌରପାଳିକା ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇ ସହର ପରିକ୍ରମା କରାଯାଇଥିଲା ଏବଂ ତତପଶ୍ଚ୍ୟତ, ବାରିପଦା ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ କରାଯାଇଥିଲା। ଇତ୍ୟବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ପ୍ରତିମୂର୍ତ୍ତି ପାଖରେ ସମସ୍ତ ନିମଂତ୍ରିତ ଅତିଥି, ଜିଲ୍ଲାର ସମସ୍ତ ପ୍ରସାଶସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ବାଜ ଙ୍କ ଆଗମନ ପରେ, କଲେକ୍ଟରେଟ ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଇତ୍ୟବସରରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ , ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର) ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା, ବାରିପଦା ଉପାଜିଲ୍ଲପାଳ, ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ବସନ୍ତ କୁମାର ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ, ଶ୍ରୀମତୀ ସତ୍ୟଭାମା ବେହେରା, ମାନ୍ୟବର ବିଧାୟକ, ମୋରଡା, ଶ୍ରୀ ରାଜକିଶୋର ଦାସ, ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ପ୍ରମୁଖ ଉପସ୍ଥିତ ରହି ମହାରାଜା ଭଞ୍ଜ ଦେଓଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ। ତତ୍ପରେ, ଜିଲ୍ଲାପାଳ, ସମସ୍ତ ପ୍ରଶାସନିକ ଅଧିକାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମସ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସମ୍ମୁଖରେ ଥିବା ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେଯେ, ଓଡିଆ ସାହିତ୍ୟ ଜଗତର ଜଣେ ମହାନ ପୃଷ୍ଠପୋଷକ ତଥା ଉନବିଂଶ ଶତାବ୍ଦୀର ଓଡିଆ ଭାଷା ଆନ୍ଦୋଳନର ଅନ୍ୟତମ ଗତିଶୀଳ ଆତ୍ମା ମହାରାଜା ଭଞ୍ଜ ଦେଓ ରାଜ୍ୟରେ ଉତ୍ତମ ପ୍ରଶାସନ ପାଇଁ ଭାଷା, ସ୍ୱାସ୍ଥ୍ୟ, ସାହିତ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିଥିଲେ ଏବଂ ସେହି ମହାନ ମାଟିର ପ୍ରବାଦ ପୁରୁଷ ମହାରାଜା ଭଞ୍ଜ ଦେଓଙ୍କ ୧୫୩ତମ ଜନ୍ମ ଜୟନ୍ତୀ ପାଳନ ଜିଲ୍ଲା ପ୍ରଶାସନ ହର୍ଷ ଓ ଉଲ୍ଲାସ ମଧ୍ୟରେ କରୁଅଛି। ସୂଚନାଯୋଗ୍ୟଯେ ବିଗତ ଦିନରେ, ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ ହୋଇଥିବା ତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଏହିଠାରେ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ, ମାନ୍ୟବର ବିଧାୟକ, ମୋରଡା, ଶ୍ରୀ ଦାସ ମହାରାଜାଙ୍କର ଶାସନ ବ୍ୟବସ୍ଥା କିପରି ଆଜି ମଧ୍ୟ ଲୋକାଦୃତ ଅଛି ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ପରିଶେଷରେଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ ପୂର୍ବକ ସାଙ୍ଗ କରିଥିଲେ। ଏହି ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ର ବରିଷ୍ଠ କର୍ମଚାରୀ, ଶ୍ରୀ ସନ୍ତୋଷ ସେଠୀ, ସୁମନ୍ତ କୁମାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ ନିକ୍ଷେପକ, ଶ୍ରୀ ଶ୍ରୀକାନ୍ତ ବେହେରା, କର୍ମଚାରୀ, ଶିବଶଙ୍କର ଦତ୍ତ, ରବି ନାରାୟଣ ନାଏକ, ରାମେଶ୍ୱର ବେଶରା, ସାଗର ସିଂହ, ବିଶ୍ୱନାଥ ମାର୍ଣ୍ଡି ପ୍ରମୁଖ ସହଯୋଗ କରିଥିବାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଙ୍କ ଠାରୁ ପ୍ରକାଶ।