Onn 3

ଆସିଲେନି ମ୍ୟାଡାମ୍‌, ରାଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

State

 

gp1

ଚାନ୍ଦବାଲି  : ଲୋକେ ଅପେକ୍ଷା କରିଛନ୍ତି ମିଟିଙ୍ଗ ହେବ । କିନ୍ତୁ ଆସିଲେନି ମ୍ୟାଡାମ୍‌ । ଶନିବାର ହେଲାନି ତେଣୁ ସୋମବାର ହେବ କହିଥିିଲେ । ସେଥିପାଇଁ ସମସ୍ତଙ୍କୁ ନୋଟିସ ବି ହେଇଥିଲା, କିନ୍ତୁ ଠିକ୍‌ ସମୟରେ ମ୍ୟାଡାମ୍‌ ମନା କରିଦେଲେ। ଫୋନ୍‌ କଲେ ଫୋନ୍‌ ଉଠାଇଲେନି ଯାହାପରେ ଗାଁ ଲୋକେ ନିରାଶ ହୋଇ ପକାଇଲେ ପଞ୍ଚାୟତ ଅଫିସରେ ତାଲା । ଚାବି ପକାଇ ତାଲା ଝୁଲାଇଦେଲେ ଗାଁ ଲୋକେ । ମିଟିଙ୍ଗକୁ ଆସିଲେନି ପଞ୍ଚାୟତ ଅଧିକାରୀ । କଥା ଦେଇଥିଲେ ଆସିବେ ବୋଲି କିନ୍ତୁ ପର ମୁହୁର୍ତ୍ତରେ ମନା କରିଦେଲେ । ଯାହାପରେ ସଭାକୁ ଆସିଥିବା ହଜାର ହଜାର ଲୋକ ନିରାଶ ହୋଇଛନ୍ତି ।

ଯାହାପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନଆସିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କରଣପଲି ପଞ୍ଚାୟତରେ । ଲୋକଙ୍କ ଅଭିଯୋଗ ମୁତାବକ ଗତ ଶନିବାର ପଞ୍ଚାୟତରେ ଗ୍ରାମ ସଭା ହେବାର ଥିଲା ହେଲେ ପଞ୍ଚାୟତ ପିଇଓ ରୋଜାଲିନି ମହାନ୍ତି ମନା କରିବାରୁ ଆଜି ସୋମବାର ଗ୍ରାମ ସଭା ପାଇଁ ସ୍ଥିର ହେବା ସହ ନୋଟିସ ହୋଇଥିଲା । ପିଇଓ ଆସିବାକୁ ମଧ୍ୟ କହିଥିଲେ ।

ଯେଉଁଥିପାଇଁ ଆଜି ଗ୍ରାମ ସଭା ପାଇଁ ଶତାଧିକ ମହିଳା ଓ ପୁରୁଷ ଆସିଥିଲେ । ହେଲେ ଦିନ ବାରଟା ପର୍ଯ୍ୟନ୍ତ ପଞ୍ଚାୟତ ପିଇଓ ଆସିନଥିଲେ କି କାହାରି ଫୋନ ଉଠାଇନଥିଲେ । ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ କରଣପଲି ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ହୋହାଲ୍ଲା କରିଥିଲେ । ଜାଣିଶୁଣି ପିଇଓ ମାଡାମ ପଂଚାୟତକୁ ଆସୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଆଉ ଯେପର୍ଯ୍ୟନ୍ତ ପିଇଓ ମ୍ୟାଡାମ୍‌ ନିଜେ ନଆସି କଣ ପାଇଁ ଆସୁନାହାନ୍ତି ବୋଲି କୈଫତ ଦେଇନାହାନ୍ତି ସେତେପର୍ଯ୍ୟନ୍ତ ତାଲା ଖୋଲା ଯିବନି ବୋଲି କହିଛନ୍ତି ଉତ୍ୟକ୍ତ ଲୋକେ ।