Onn 3

ଓଡ଼ିଶାକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅନୁଦାନ ପଠାଇଲା କେନ୍ଦ୍ର ସରକାର

National & International State

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ୧୯ଟି ରାଜ୍ୟ ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ଅନ୍ତର୍ଗତ ୬,୧୯୪.୪୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ରାଶିରେ ୧ ହଜାର ୨୦୯ କୋଟି ଟଙ୍କା ସାମିଲ ରହିଛି।

ଛତିଶଗଡ଼, ମେଘାଳୟ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ସମେତ ୪ଟି ରାଜ୍ୟକୁ ୧, ୨୦୯.୬୦ କୋଟି ଟଙ୍କା ମିଳିବାକୁ ଥିବା ବେଳେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ପଞ୍ଜାବ, ତାମିଲନାଡୁ ଓ ତ୍ରିପୁରାକୁ  ୯୮୪.୮୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଅନୁଦାନ ୨୦୨୩-୨୪ ବର୍ଷ ପାଇଁ ଉଦ୍ଦିଷ୍ଚ।

ଚଳିତ ମୌସୁମୀ ଋତୁରେ ରିଲିଫ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟଗୁଡ଼ିକୁ ସହାୟତା କରିବା ପାଇଁ ଏହି ପାଣ୍ଠି ପ୍ରଦାନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦ୍ର ସରକାର ୨୦୨୩-୨୪ ମଧ୍ୟରେ ୯ଟି ରାଜ୍ୟକୁ ଏସଡିଆରଏଫର କେନ୍ଦ୍ର ଅଂଶ ବାବଦରେ ୩୬୪୯.୪୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ କରିସାରିଛନ୍ତି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ୨୦୨୧-୨୨ରୁ ୨୦୨୫-୨୬ ଯାଏ ଏସଡିଆରଏଫ୍ ପାଇଁ ୧,୨୮,୧୨୨.୪୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।