କଟକ: ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଏହି ଦୁଇ ବିଧାୟକଙ୍କୁ ନିରାଶ ହେବାକୁ ପଡିଛି । ନିର୍ବାଚନ ଅନିୟମିତତା ନେଇ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ ଉଭୟେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ । ହେଲେ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।
ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ନେଇ ମାମଲା ଦାୟର କରିଛନ୍ତି ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ । ସେହିପରି ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ ମାମଲା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ।
ତେବେ ଉଭୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲା ଖାରଜ ପାଇଁ ବିଧାୟିକା ମନୋରମା ମହାନ୍ତି ଓ ବିଧାୟକ ଅଶ୍ୱିନୀ ପାତ୍ର ହାଇକୋର୍ଟରେ ଆବେଦନ କରିଥିଲେ ।