Sujata Karthikeyan

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

State

ଭୁବନେଶ୍ୱର : ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ । ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ ।  କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ କାରଣରୁ IAS ଚାକିରି ଛାଡ଼ିଲେ ।  ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜା କାର୍ତ୍ତିକେୟନ୍ । ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍ ।  ତେବେ ଭିଆର୍‌ଏସ୍‌ ନେବା ପରେ ସୁଜାତା ଏବଂ ପାଣ୍ଡିଆନ୍‌ ଙ୍କ ଆଭିମୁଖ୍ୟ କଣ ରହିବ , ତା ଉପରେ ସମସ୍ତଙ୍କ ନଜର ରହିଛି ।

୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ ।  ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ ।   ଏହାପରେ ସେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି, ଯାହାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି ।  ଏହି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ନୂଆ ଆଲୋଚନା ସୃଷ୍ଟି କରିଛି ।