92f18a54 C5d4 4bec A4b0 68e1010bb140

ବିଶ୍ବ ପରିବେଶ ଦିବସ ପାଳନ

State

କଟକ : ବିଜ୍ଞାନ ପ୍ରଚାର ସମିତିର ସାଲେପୁର ଶାଖା ଓ ଇନରହ୍ବିଲ କ୍ଲବ କଟକ ସେଣ୍ଟ୍ରାଲର ମିଳିତ ଆନୁକୂଲ୍ୟରେ ସାଲେପୁର ନିକଟସ୍ଥ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ମେଜର ମଞ୍ଜୁଶ୍ରୀ ପତି | ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ନେଇ ପ୍ଲାକାର୍ଡ ଓ ବ୍ୟାନର ସହ ପଥ ପରିକ୍ରମା ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଚାର କରାଯାଇଥିଲା |

Eac68b92 342d 462a A9fb D07f52e99522
ଉପସଭାପତି ବିପିନ ବିହାରୀ କରଙ୍କ ଦ୍ବାରା ପଞ୍ଚ ମହାଭୂତଙ୍କ ପୂଜାର୍ଚ୍ଚନା ସହ ସଭା ଉଦ୍‌ଘାଟିତ ହୋଇଥିଲା | ଇନରହ୍ବିଲ କ୍ଲବର ସଭାପତି ବାଣୀ ନିର୍ମାଲ୍ୟ ଦାସ ଓ   ଉପଦେଷ୍ଟା ପ୍ରମିଳା ଦାସଙ୍କ ସମେତ ଡ. ଉମେଶଚନ୍ଦ୍ର ପତି, ଶାରଦାପ୍ରସାଦ ରଥ, ନିଗମାନନ୍ଦ କର, ପ୍ରତାପଚନ୍ଦ୍ର ଜେନା, ଦିବାକର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ | ସଂପାଦକ ଡ. ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ଔଷଧୀୟ ଚାରା ରୋପଣ କରାଯାଇଥିଲା |