Onn 3

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ: ଉପାସରେ ମହାପ୍ରଭୁ

State

 

ling

ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ  ଅସନ୍ତାେଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା  ମହାଦେବଙ୍କ ନୀତି ।

ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା  ନିଯୋଗ ନୀତିକାନ୍ତି ବନ୍ଦ ରଖିଛନ୍ତି । ବେବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଖାତାକୁ ଫେରିଥିବାବେଳେ ବଡୁ ନିଯୋଗ ଦ୍ୱାରା ଏକ ଦୋକାନ ଗୃହ ନିର୍ମାଣା ଚାଲିଥିଲା । ଏହି ନିର୍ମାଣଧୀନ ଗୃହକୁ ବିରୋଧ କରିଛି ଅନ୍ୟ ଏକ ସେବାୟତ ଗୋଷ୍ଠୀ ।

ଏହି ବିରୋଧ ଯୋଗୁ ବନ୍ଦ ରହିଛି ନିର୍ମାଣ କାମ । ଅନ୍ୟପକ୍ଷେ ନିର୍ମାଣ କାର୍ଯ୍ୟ ବନ୍ଦକୁ ନେଇ ତାତିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ।  ଫଳରେ ଦେଖା ଦେଇଛି ବିଭ୍ରାଟ । ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତ ।   ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ ରଖାଯାଇଛି । ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି କରିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ।