Onn 3

ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ ସୁବିଧା

State

 

wifi

ଭୁବନେଶ୍ୱର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ ୱାଇ-ଫାଇ ( WiFi)। ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖିଛନ୍ତି।

ହାତ ପାହାନ୍ତାରେ ମିଳିବ ହାଇସ୍ପିଟ୍ ଇଣ୍ଟରନେଟ୍ ସେବା। ତାହା ପୁଣି ମାଗଣାରେ। ଅଧିକାଂଶ ପାଠ୍ୟ ପୁସ୍ତକ ଅନଲାଇନରେ ରହିଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ମାଗଣା ଇଣ୍ଟରନେଟ ସୁବିଧା ଦ୍ଵାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ। ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ। ଏଥିପାଇଁ କ୍ୟାମ୍ପସରେ ୱାଇ-ଫାଇ ନେଟୱାର୍କ ଲଗାଇବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ଵ ବିଦ୍ୟାଳୟର କୁଳସଚିବ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

କ୍ୟାମ୍ପସରେ ଇ-ଲର୍ନିଂକୁ ସୁଗମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାପୂର୍ବରୁ ମେ ମାସରେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ୨୦୨୩-୨୪ ଏକାଡେମିକ୍ ଅଧିବେଶନରୁ ସମସ୍ତ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇ-ଫାଇ ସେବା ଯୋଗାଇଦେବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଛାତ୍ରମାନେ ୧ ଜିବି ଡାଟା ପାଇବା ସହ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଏଥିରେ ସାମିଲ କରାଯାଇଛି।