Onn 3

ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

Crime State

 

dhaka

ନୂଆପଡା:ଲୁହରେ ଭିଜିଲା ଦଶହରା ଖୁସି । ଦଶହରା ବୁଲି ଯାଇଥିଲେ । ହେଲେ ଘରକୁ ଫେରିଲେନି । ଫେରିଲା ମୃତଦେହ । ଭୟଙ୍କର ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଚାଲି ଯାଇଛି ୪ ଜୀବନ । ଦୁର୍ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର ଛକ ନିକଟରେ । ଦୁର୍ଘଟଣାରେ ୩ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ରାତିରେ ସ୍ଥାନୀୟ କମଳାମାଲ, ଭୀମାପଦର ଏବଂ ଭଇଁଷାଦରହ ଗାଁର କିଛି ବ୍ୟକ୍ତି ଦଶହରା ଦେଖିବାକୁ ବାଇକରେ ଯାଇଥିଲେ । ହଶହରା ପୂଜା ଦେଖିବା ପରେ ବିଳମ୍ବିତ ରାତି ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ । ପରେ ଘରକୁ ଫେରିଥିଲେ । ସିନାପାଲି ଆଡୁ ଗୋଟିଏ ବାଇକରେ ୪ ଜଣ ଆସୁଥିବାବେଳେ ଅନ୍ୟଏକ ବାଇକରେ ୩ ଜଣ ବୋଡେନରୁ ସିନାପାଲି ଯାଉଥିଲେ । ରାଜପୁର ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ।

ବିଜୁ ଏକ୍ସପ୍ରେସ ୱେରେ ଛିଟିକି ପଡିଥିଲା ଗାଡି । ରାସ୍ତା ଉପରେ ପଡିଥିଲେ ବାଇକ ଆରୋହୀ । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ୩ ଜଣଙ୍କର ଅବସ୍ଥା ଗୁରୁତର ଥିଲା । ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଇଛି ।