Photo For The News Of Abasarakalina Sabha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବାଲୁଙ୍କେଶ୍ୱର କ୍ଲଷ୍ଟର ଅନ୍ତର୍ଗତ ରଘୁନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ତିଳୋତ୍ତମା ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲୁକେଶ୍ୱର ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁଧିର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଆରସିସି ହରେକୃଷ୍ଣ ଆପଟ ମୁଖ୍ୟ ଅତିଥି,ଶିକ୍ଷାବିତ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବିଇଓ ପ୍ରମୋଦ ପଣ୍ଡା,ଭାଗିରଥି ପାତ୍ର,ପ୍ରାକ୍ତନ ବିଇଓ ନିଗମାନନ୍ଦ ମିଶ୍ର,ରାମପୁର ସରପଂଚ ଗିରିଧାରୀ ସାହୁ,ବାଲୋ କ୍ଲଷ୍ଟର ସିଆରସିସି ସନ୍ତୋଷ ମଲ୍ଲିକ,ପ୍ରାକ୍ତନ ବାଲୋ କ୍ଲଷ୍ଟର ସିଆରସିସି କରୁଣାକର ନାୟକ,ନିଖିଳୋତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ବନ୍ତ ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରହରି ଖୁଣ୍ଟିଆ,ଅବସର ପ୍ରାପ୍ତ ଶିକ୍ଷକ ରମାକାନ୍ତ ଜେନା,ବିଶ୍ୱନାଥ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ପରିଚୟ କରୁଣାକର ନାୟକ କରିଥିବା ବେଳେ ରଘୁନାଥପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ଦେବେନ୍ଦ୍ର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ନରେନ୍ଦ୍ର ସାହୁ,ଶରତ ନାୟକ,ଅନିରୁଦ୍ଧ ମଙ୍ଗଳ,ସଂଧ୍ୟାରାଣୀ ମହାନ୍ତି,ଡ଼ମ୍ବରୁଧର ବିଷ୍ୱାଳ,ରଜନୀକାନ୍ତ ମହାନ୍ତି,ଧରିତ୍ରୀ ନାୟକ,ମିନତୀ ମଳିକ,ସତ୍ୟବ୍ରତ ଭୂୟାଁ,ପ୍ରକାଶ ଜେନା,ଅଶୋକ ଦାସ,ବଳରାମ ଭୂୟାଁ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିମାନେ ପ୍ରଧାନଶିକ୍ଷୟିତ୍ରୀ ତିଳୋତ୍ତମା ଜେନାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।