ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ପଳସା ବଜାର ଖଗେଶ୍ୱର ମହାଦେବଙ୍କ ଯଜ୍ଞା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।ଏହି ଯଜ୍ଞ କାର୍ଯ୍ୟକ୍ରମ ଶିବରାତ୍ରି ଠାରୁ ଆରମ୍ଭ ହୋଇ ୩ଦିନ ପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖଗେଶ୍ୱର ମହାଦେବ ପୀଠରେ ଭକ୍ତିମୟ ଭାବନରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।ଏହି ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ବନ୍ତ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ଯଜ୍ଞ କୁଣ୍ଡରେ ନଡିଆ ପକାଇ ପ୍ରଭୁଙ୍କୁ ଦର୍ଶନ କରି ଅଶ୍ରିବାଦ ନେଇଥାନ୍ତି । ମନ୍ଦିରର ମୁଖ୍ୟ ସେବକ ଫକୀର ଚରଣ ତ୍ରିପାଠୀ, ଶୁକଦେବ ତ୍ରିପାଠୀ,ରମେଶ ତ୍ରିପାଠୀ, ସୁବାଷ ତ୍ରିପାଠୀ ଙ୍କ ତତ୍ତ୍ୱାବଧାନରେ ୧୦ ରୁ ଉର୍ଦ୍ଧ୍ୱ ବ୍ରାହ୍ମଣଙ୍କ ଦ୍ୱାରା ସମସ୍ତ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଳସା ବଜାର କମିଟି ସମସ୍ତ କାର୍ଯକ୍ରମ ସହଯୋଗ କରିଥିଲେ ।
