Onn 3

ବିଦେଶୀ ମଦ ଜବତ, ଜଣେ ଗିରଫ

Crime State

ନିଶ୍ଚିନ୍ତକୋଇଲି : ଦୀର୍ଘଦିନ ହେଲା ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ଜ୍ଞାତସାରରେ ଅବାଧରେ ଅପମିଶ୍ରିତ ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରୟ କରାଯାଉଛି । ଆଜି ଅବକାରୀ ବିଭାଗ ତରଫରୁ ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତ ଏକରୂଖି ଗ୍ରାମ ଉପରେ ଅଚାନକ ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ତରଫରୁ ସ୍ଥାନୀୟ ଗ୍ରାମର ଜଣାଶୁଣା ଚୋରା ମଦ ବ୍ୟବସାୟୀ ପ୍ରଭାକର ବେଜଙ୍କ ଘର ଉପରେ ଚଢାଉ କରାଯାଇଥିଲା । ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିଲା ବେଳେ ତାଙ୍କୁ ଗିରଫ କରିଥିବାର ଜଣାଯାଇଛି ।

ତେବେ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଏକ ରକମ ସ୍ଥାଣୁ କାର୍ଯ୍ୟାଳୟରେ ପରିଣତ ହୋଇଥିଲା ବେଳେ ଏହି କାର୍ଯ୍ୟାଳୟରେ କୌଣସି କର୍ମଚାରୀ ବହୁ ସମୟରେ ରହୁନଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ବିଭାଗୀୟ ଅଧିକାରୀଙ୍କ ମତାମତ ନେବା ନିମନ୍ତେ ବହୁ ବାର ଉଦ୍ୟମ କରାଯାଉଥିଲା ବେଳେ ବିଭାଗୀୟ ଅଧିକାରୀ ଫୋନ ଉଠାଉନଥିବା ଘଟଣାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବହୁ ପାନ ଦୋକାନ ,ଚା ଦୋକାନ ମାନଙ୍କରେ ଅବାଧରେ ଅପମିଶ୍ରିତ ଦେଶୀ ବିଦେଶୀ ମଦ ବିକ୍ରୟ ଚାଲିଥିବାରୁ ଆଗାମୀ ଦିନରେ ଏହି ଅଂଚଳରେ ମଦ ମୃତ୍ୟୁର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।