Onn 3

ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜ ଦଳ

sports State

ବାରିପଦା: କିଟ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜର 31 ଜଣିଆ ଦଳ ଘୋଷିତ I ଦୌଡରେ ଓମ ପ୍ରକାଶ ଦଳେଇ, ବାଲହି ମୁର୍ମୁ, ପ୍ରଦୀପ ମହାନ୍ତ, ଫୁଲମଣୀ ମାରାଣ୍ଡି, କଲ୍ୟାଣୀ ଟୁଡୁ, ଶ୍ରୀକାନ୍ତ ପାତ୍ର, ପ୍ରିୟଦର୍ଶନ ହୋ, ରତନ ଟୁଡୁ, ଲକ୍ଷ୍ମଣ ପୂର୍ତ୍ତି, ଇତିଶ୍ରୀ ମହାନ୍ତ, ମିତା ଗୋଇପାଇ, ନାମସି ସମାଦ, ରାଜେଶ୍ୱରୀ ସିଂ, ମିତାଲି ସିଂ, କାଇରା ହେମ୍ବ୍ରମ, ତାରକ ମାରାଣ୍ଡି, ସନ୍ଧ୍ୟା ମୁର୍ମୁ ଓ ଦଲନ କୁଅଁର ଦେଓ ତଥା ଡ଼ିସକାସ, ସଟପୁଟ ଓ ଜାଭେଲିନ ଥ୍ରୋ ରେ ପ୍ରିୟଙ୍କା ସିଂ, ଦୀପା ସିଂ, ନେତ୍ରମଣୀ ସିଂ, ସୁନାରାମ ମୁର୍ମୁ, ନବୀନ ସିଂ, ଚାନ୍ଦ୍ରାଇ ମୁର୍ମୁ, ଅମିତ କୁମାର ଦଳବେହେରା ଓ ସବିତା ମାରାଣ୍ଡି ଏବଂ ଡିଆଁରେ ଦେବସ୍ମିତା ମାରାଣ୍ଡି, ସୌମ୍ୟ ରଞ୍ଜନ ବେଣ୍ଟକାର, ରାଲିଆ ମୁର୍ମୁ, ସ୍ୱରୂପ କୁମାର ବେହେରା, ପ୍ରେମଜୀତ ସାହୁ ପ୍ରମୁଖ ଦଳରେ ସାମିଲ ଅଛନ୍ତି I

 

ମ୍ୟାନେଜର ଭାବେ କିଶୋର ଚନ୍ଦ୍ର ଦାଶ, ସୌରଭ କୁମାର ଦେ, ଭାନୁମତୀ ମହାନ୍ତ ଓ କୋଚ ଦିଗେଶ୍ୱର ମହାନ୍ତ ଦଳ ସହିତ ଗସ୍ତ କରିଛନ୍ତି I ବାରିପଦା ଉପ ଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠି, ବୈଦ୍ୟନାଥ ରଥ, ଅମ୍ବିକା ରାଉତ, ରବୀନ୍ଦ୍ର ମହାନ୍ତି, ହରପ୍ରସାଦ ପାତ୍ର, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ବରିଷ୍ଠ କ୍ରୀଡ଼ାବିତ ନନ୍ଦଲାଲ ମହାପାତ୍ର, ନରେନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସଫଳତା କାମନା କରିଥିଲେ I