Onn 3

ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

Religion and Cult State

ଗଜପତି: ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରଥଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ତାରିଖ ତଥା ପବିତ୍ର ବାହୁଡା ଯାତ୍ରା ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ସନ୍ଧ୍ୟା ୭ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ପରିବେଷଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ସନ୍ଧ୍ୟାରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ।

ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ନିଜ ବକ୍ତବ୍ୟରେ କହିଥିଲେ ଯେ, ନୃତ୍ୟ ଓ ସଂଗୀତ ଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସେହି ପ୍ରଥାକୁ ସମ୍ମାନ ଜଣେଇ ଆମେ ଏହି ପ୍ରୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ,ସଙ୍ଗୀତ ଗୁରୁ ରଘୁନାଥ ପାତ୍ର, ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ କଳା କେନ୍ଦ୍ର ପାରଳାଖେମୁଣ୍ଡି ଅନୁଷ୍ଠାନର କୁନି ପିଲାମାନେ ଓଡିଶୀ ନୃତ୍ୟ ପରିବେଶଣ କରିଥିଲେ । ଏପରି ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା ।