Onn 3

ଆଗରପଡ଼ା ଯୁବ ମହୋତ୍ସବ ୪ର୍ଥ ସନ୍ଧ୍ୟା, ଦର୍ଶକଙ୍କ ମୁଖ୍ୟ ଆକର୍ଷକ ସାଜିଲେ ସିନେ ଅଭିନେତ୍ରୀ ଏଲିନା

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲାସ୍କି ଠାରେ ୨ୟ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ କମିଟି ସଭାପତି ଇଂ ଅମିୟ ରଂଜନ ରାମଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଜଂନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ,ପୁର୍ବତନ ରାଜ୍ୟ କଂଗ୍ରେସ ସଭାପତି ଜୟଦେବ ଜେନା,ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଂଚାନନ ମଣ୍ଡଳ,ପୂର୍ବତନ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ,ପୂର୍ବତନ ବନ୍ତ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ,ବରିଷ୍ଠ କଂଗ୍ରେସ ନେତା ରବିନାରାୟଣ ମହାନ୍ତି ।

ପୂର୍ବତନ ବିଟିପୁର ସରପଂଚ ସତ୍ୟବାନ ଦାସ ଏବଂ ଉପଦେଷ୍ଟା ଚିତ୍ତ ରଂଜନ ଉଦ୍‌ଗାତା ପ୍ରମୁଖ ଯୋଗଦେଇଥିଲେ । କୋଷାଧ୍ୟକ୍ଷ ନୃସିଂହ ଚରଣ ଖୁଣ୍ଟିଆ ସ୍ୱାଗତ ଭାଷଣ ଏବଂ ଉପସଭାପତି ଜିତେନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚରେ ଜ୍ୟୋତି ରଂଜନ ସାମନ୍ତରାୟ,ଗୋବିନ୍ଦ ବଳ,ରମାକାନ୍ତ ସାମନ୍ତରାୟ,ରାକେଶ ଦାସ,ଗୟାଧର ଘଡ଼େଇ ଏବଂ ମଳୟ ସିଂହ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ୪ର୍ଥ ସନ୍ଧ୍ୟାରେ ଓଡ଼ିଆ ସିନେ ଜଗତର ଆଗଧାଡ଼ିର ଅଭିନେତ୍ରୀ ଏଲିନା ସାମନ୍ତରାୟ ଦର୍ଶକଙ୍କ ମୁଖ୍ୟ ଆକର୍ଷକ ସାଜିଥିବା ବେଳେ କଣ୍ଠ ଶିଳ୍ପୀ କୁମାର ଜେମ୍ସଙ୍କ ନିଜ ସଙ୍ଗୀତର ତାଳେ ତାଳେ ଦର୍ଶକଙ୍କୁ ବିମୋହିତ କରିଥିଲେ ।