Onn 3

ଆଗରପଡ଼ା କଲେଜ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ଆଗରପଡ଼ା :ଆଗରପଡ଼ା କଲେଜରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ପ୍ରାୟୋଜିତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । କଲେଜ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଆଯୋଜିତ ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ରୁନୀତା ଦାସ, ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ, ବିଟିପୁର ସରପଞ୍ଚ ସୁଭଦ୍ରା ସିଂହ,ସମିତି ସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା,ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ଭାଷା ସଂସ୍କୃତି ଜାଗରଣ ମଞ୍ଚସଭାପତି ଜଇନୁଲ ଆବେଦିନ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଅଧ୍ୟାପକ ବ୍ରଜମୋହନ ପତି ଅତିଥି ପରିଚୟ, ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ,ଅଧ୍ୟାପକ ଡ଼. ହରିଦର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଭିନ୍ନଭିନ୍ନ ଦିବସରେ କନ୍ୟାକୁ ବିବାହ କର ଅର୍ଥକୁ ନୁହେଁ, ବାଲ୍ୟ ବିବାହ ଏକ ଅପୀରାଧ, ଯୌତୁକ ଏକ ସାମାଜିକ ବ୍ୟାଧି, ସଡ଼କ ସୁରକ୍ଷା ଜୀବନ ରକ୍ଷା, ପଲିଥିନ ହଟାଅ ପରିବେଶ ବଞ୍ଚାଅ ପରି ବିଭିନ୍ନ ସ।।ମାଜିକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଆଜିର ଉଦ୍‌ଯାପନୀ ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।