Onn 3

ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ତାଲିମ ଶିବିର ଅନୁଷ୍ଠିତ

State

ବାରିପଦା: ଓଡ଼ିଶା ଶକ୍ତି ବିଭାଗ ତରଫରୁ ତା ୨୯.୧୦.୨୦୨୩ ରିଖ ଦିନ ଦିବସ ବ୍ୟାପି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଏକ ତାଲିମ ଶିବିର ଆୟୋଜନ କରାଯାଇଛି। ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ବିଷୟବସ୍ତୁ ଉପରେ ଆୟୋଜିତ ଏହି ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଶକ୍ତି ବିଭାଗ ମୁଖ୍ୟାଳୟରୁ ବରିଷ୍ଠ ଯନ୍ତ୍ରୀ ଅଶୋକ କୁମାର ନନ୍ଦ ଏହି ଶିବିରରେ ସଭାପତିତ୍ୱ କରିଥିଲେ। ସୂଚନା ଯୋଗ୍ୟଯେ, ଏହି ତାଲିମ ଶିବିରରେ ଗୃହ ନିର୍ମାଣ ଓ ଏହାର ଡିଜାଇନ ସମୟରେ କିପରି ଅନେକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରାଯାଇପାରିବ, ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ଏବଂ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ବରିଷ୍ଠ ଯନ୍ତ୍ରୀ ଶ୍ରୀ ନନ୍ଦ ସମସ୍ତ ନିର୍ମାଣ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନଙ୍କୁ ଏହି ଶକ୍ତି ସଂରକ୍ଷଣର ମୁଖ୍ୟ ଆଧାର ଏବଂ ଏହାର ପ୍ରକୃତ ବ୍ୟବହାରକୁ ପାଥେୟ କରି ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଆସବାବ ପତ୍ରର ଉପଯୁକ୍ତ ପ୍ରୟୋଗ ବିଷୟରେ ସବିଶେଷ ବିବରଣୀ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ବେହେରା ଏହି ଶକ୍ତି ସଂରକ୍ଷଣ ବ୍ୟବସ୍ଥାକୁ କିଭଳି ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିହିତ ପଦକ୍ଷେପରେ ଉପଯୋଗ ହେବ ସେ ବିଷୟରେ ମତ ରଖିଥିଲେ। ଏହି ଶିବିରରେ ରାଣପ୍ରତାପ ପ୍ରଧାନ, ଟ୍ରେନର ଭାବରେ ଏହି ଶିବିରରେ ଉପସ୍ଥିତ ସମସ୍ତ ଯନ୍ତ୍ରୀ ଏବଂ କାର୍ଯ୍ୟକାରୀ ସଦସ୍ୟ ମାନଙ୍କୁ ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ବିଷୟରେ ପାୱାର ପଏଣ୍ଟ ଉପସ୍ଥାପନା ସହିତ ବିଶଦ ବିବରଣୀ ଦେଇଥିଲେ। ଏହି ଶିବିରକୁ ସଫଳ ରୂପାୟନ ଦେବାରେ ବାରିପଦା ଡିଭିଜନ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଶ୍ରୀମତୀ ପଦ୍ମଜା ଗିରି, ବରିଷ୍ଠ ପରାମର୍ଶଦାତା, ଶ୍ରୀ ତାରକେଶ ମିଶ୍ର ଙ୍କ ସମେତ ବାରିପଦା ପୌରପାଳିକା ଆର୍କିଟେକଚର, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ସମେତ, TPNODL ର ଯନ୍ତ୍ରୀ ମାନେ ଉପସ୍ଥିତ ରହିଥିବା ସୂଚନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ