Onn 3

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ

sports State

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାରାଣ୍ଡି ପତାକା ଉତ୍ତୋଳନ କରି ଉଦଘାଟନ କରିବା ସହ କ୍ରୀଡାର ବିକାଶ ପାଇଁ ଖେଳାଳି ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ନେତା ସୁନୀଲ କୁମାର ନାୟକ ପ୍ରତିଯୋଗୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ କ୍ରୀଡ଼ାବିତ ଓ କୋଚ କୁମାର ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ବେହେରା, ରମେଶ ରାଉତ, ପତି ଚରଣ ମହାନ୍ତ, ବିନୋଦ ରାମ, କୈଳାଶ ଚନ୍ଦ୍ର ବେହେରା ତଥା ସହ ସମ୍ପାଦକ ହର ପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଏଥଲେଟିକ ସହ ସମ୍ପାଦକ ଅମ୍ବିକା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରଥମ ଦିନର ଖେଳରେ ୧୪ ବର୍ଷରୁ କମ ବାଳକ ବିଭାଗରେ ୬୦୦ ମିଟର ଦୌଡରେ ରାଜୁ ବିନ୍ଧାଣି, ବାଳିକା ବିଭାଗରେ ଅର୍ଚ୍ଚନା ମହାନ୍ତ, ୨୦ ବର୍ଷରୁ କମ ବାଳକ ବିଭାଗରେ ୫୦୦୦ ମି ଦୌଡରେ ପ୍ରଦୀପ ମହାନ୍ତ, ପୁରୁଷ ବିଭାଗରେ ଅମୀୟ ରଞ୍ଜନ ମହାନ୍ତ, ୨୩ ବର୍ଷରୁ କମ ପୁରୁଷ ବିଭାଗରେ ୧୦୦ ମି ଦୌଡରେ ଶ୍ରବଣ କୁମାର ବାରିକ, ପୁରୁଷ ବିଭାଗରେ ସୋମାଲ କୁମାର ପ୍ରଧାନ, ୧୮ ବର୍ଷରୁ କମ ବାଳିକା ବିଭାଗରେ ୧୦୦ ମି ଦୌଡରେ ଲିତା ମହାନ୍ତ, ୨୦ ବର୍ଷରୁ କମ ବାଳିକା ବିଭାଗରେ ସୋମବାରୀ ମାରାଣ୍ଡି, ପୁରୁଷ ବିଭାଗ ସଟପୁଟ ଥ୍ରୋ ରେ ଅନିଲ କୁମାର ଦଳବେହେରା, ୨୩ ବର୍ଷରୁ କମ ପୁରୁଷ ବିଭାଗରେ ନବୀନ ସିଂ ଓ ୧୬ ବର୍ଷରୁ କମ ବାଳିକ ବିଭାଗରେ ଲମ୍ବ ଡିଆଁ ରେ ଅଭିନାଶ ମୁର୍ମୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I