Onn 3

ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନ ରେ ଭିଜେଣ୍ଟ ବୀଜୟ

sports State

ବାରିପଦା: ସ୍ଥାନୀୟ ବାରିପଦା କଲେଜ ପଡିଆରେ ସିକ୍ରେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନର ପ୍ରଥମ ମ୍ୟାଚରେ ଭିଣ୍ଟେଜ ଜିଲ୍ଲା ବାର ଏସୋସିଏସନ କୁ 30 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଭିଣ୍ଟେଜ ୧୦ ଓଭରରେ 2 ଉଇକେଟ ହରାଇ 111 ରନ କରିଥିଲେ I ଦଳ ପକ୍ଷରୁ ବୁଦ୍ଧଦେବ ସିଂ 52 ଓ ପୁଙ୍ଗା ଖେରୱାଲ ସୋରେନ 24 ରନ କରିଥିବାବେଳେ ବିପକ୍ଷ ଦଳର ଅଂଶୁମାନ ଷଡ଼ଙ୍ଗୀ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଜିଲ୍ଲା ବାର ଏସୋସିଏସନ 10 ଓଭରରେ 3 ଉଇକେଟ ହରାଇ 81 ରନ ହାସଲ କରିଥିଲେ I ଦଳ ପକ୍ଷରୁ କ୍ଷିତୀଶ ଚନ୍ଦ୍ର ମହାକୁଡ଼ ସର୍ବାଧିକ 29 ରନ କରିଥିବା ବେଳେ ବିପକ୍ଷ ଦଳର ଚନ୍ଦନ କୁମାର ଦାସ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଦ୍ଵିତୀୟ ମ୍ୟାଚରେ ତୁଳସୀଚଉରା କ୍ରିକେଟ କ୍ଲବ ମହାନ୍ତି ଟାଇଗରକୁ 30 ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ତୁଳସୀଚୌରା ୧୦ ଓଭରରେ 3 ଉଇକେଟ ହରାଇ 94 ରନ କରିଥିଲେ I ଦଳ ପକ୍ଷରୁ ରାଜେନ୍ଦ୍ର ମୋହନ ମହାନ୍ତ 25 ଓ ଟୁଟୁ 20 ରନ କରିଥିଲେ I

ଉତ୍ତରରେ ମହାନ୍ତି ଟାଇଗର 9.1 ଓଭରରେ ସମସ୍ତ ଉଇକେଟ ହରାଇ 64 ରନ ହାସଲ କରିପାରିଥିଲେ I ଦଳ ପକ୍ଷରୁ କୁଶଳ ସାଗର ସାହା 20 ଓ କିଶୋର ଚନ୍ଦ୍ର ମହାନ୍ତି 10 ରନ କରିଥିବା ବେଳେ ବିପକ୍ଷ ଦଳର ବାବୁଲି ଦତ୍ତ 3 ଏବଂ ଋଷିରାଜ ପଟ୍ଟନାୟକ, ସୁଦର୍ଶନ ପାତ୍ର ଓ ଟୁଟୁ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଶେଖ ଲାଇକୁଦ୍ଦିନ, ଅବିନାଶ ରଥ ଓ ଅଶୋକ ପାଲ ଖେଳ ପରିଚାଳନା କରିଥିବା ବେଳେ ଆନିଷ ମିଶ୍ର, ସମ୍ବିତ ସାହା ଓ ନାପିସଲ ହୁସେନ ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଓ ଗୌତମ ଦାସ ଧାରା ବିବରଣୀ ଦେଇଥିଲେ I ଆସନ୍ତା କାଲିର ପ୍ରଥମ ମ୍ୟାଚ ଡି ଆର କେ ଓ ସିକ୍ରେଟ ୧୧ ଏବଂ ଦ୍ଵିତୀୟ ମ୍ୟାଚ ମା ଅମ୍ବିକା ୱାରିୟାର୍ସ ଓ ଏଟାକ ୧୧ ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ସନ୍ତୋଷ ଓତା ଜଣାଇଛନ୍ତି I