Onn 3

ମା’ର କୀଚକେଶ୍ବରୀ କୋଚିଂ ଶିକ୍ଷା କେନ୍ଦ୍ରରେ ରକ୍ତ ଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗୃହୀତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ନିମଡିହି ଗ୍ରାମ ସ୍ଥିତ ମା’ କିଚକେଶ୍ବରୀ କୋଚିଂ ଶିକ୍ଷା କେନ୍ଦ୍ରର ଓ ‘ସମ୍ବାଦ -ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠାନର ନିର୍ଦ୍ଦେଶକ ମାନସ କୁମାର ଦାଶ ଓ ଉପଦେଷ୍ଟା କବୀର କୁମାର ଦାଶ ଉଭୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଦୀପ ଶ୍ରୀ ଜଗନ୍ନାଥ ଶ୍ରୀଗଣେଶ,ଵାଗ୍ ଦେବୀ ସରସ୍ଵତୀଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ରକ୍ତଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ସହଯୋଗରେ ଅନୁଷ୍ଠିତ ଶିବିରରେ ମୋଟ ୩୧ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ ଦାନ କରି ନିଜକୁ ଧନ୍ୟ ମଣିଥିଲେ । ଶିବିରକୁ ‘ଆମ ଓଡ଼ିଶା ସଂଯୋଜକ’ ବହଳଦା ବ୍ଲକର ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ମହାନ୍ତ,ଜାମଦା ବ୍ଳକ ପ୍ରତିନିଧି ତ୍ରିଲୋଚନ ମହାନ୍ତ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ରାଇରଙ୍ଗପୁର ଜିଲ୍ଲା ‘ସମ୍ବାଦ’ ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ରକ୍ତ ଭଣ୍ଡାରର ଅଧିକାରିଣୀ ଡାକ୍ତର ସ୍ମିତାଶ୍ରୀ ବିରୁଆ, ଏଲଟି ଦେବବ୍ରତ ଗିରି, ସୁମନ୍ତ ଗିରି,ମହେଶ ମହାନ୍ତ,ଡି.ଏମ.ଏ ସୁଜାତା ସ୍ବାଇଁ ପ୍ରମୁଖ ବ୍ଳଡ ବ୍ୟାଙ୍କ ଟିମ୍ ମୋଟ ୩୧ ଜଣଙ୍କୁ ଠାରୁ ରକ୍ତ ସଂଗ୍ରହ କରିଥିଲେ।
ରକ୍ତ ଦାତା ଜୀବନ ଦାତା :-
ଶ୍ୟାମ ସୁନ୍ଦର ସାମନ୍ତରାୟ,ପ୍ରିତମ କୁମାର ଗିରି, ରାକେଶ ବସା, ସୁରେନ୍ଦ୍ର ପତି, ପ୍ରକାଶ ବେହେରା,ରୋହିତ କୁମାର ବାରିକ, କୃଷ୍ଣ ଚନ୍ଦ୍ର ଗିରି, ଅବିନାଶ ଭରତକର, ଜିତଅଙ୍କିତ ପାଲ, ଗୁରୁ ପ୍ରସନ୍ନ ଗିରି, ଶ୍ରୀୟା ପଣ୍ଡା,ରଶନ କୁମାର ମହାନ୍ତ, ଆକାଶ ଚନ୍ଦ୍ର ଥୟାଲ, ଜଗତବନ୍ଧୁ ସେଠୀ, ମଙ୍ଗରାଜ ନାୟକ, ଲକ୍ଷ୍ମୀ କାନ୍ତ ରଣା, ସମୀର କୁମାର ମଣ୍ଡଳ, ଦୀପିକା ବସା, ଶଙ୍କର ପାଣି, ପବିତ୍ର ପତି, ଜଗନ୍ନାଥ ପଲେଇ, ସଞ୍ଚୟ କୁମାର ମାଝୀ, ସୁମିତ କୁମାର ଗିରି, ଅନ୍ତର୍ଜାମୀ ମହାନ୍ତ, ଜଗନ୍ନାଥ ମୋଦି, କୃତି ସୁନ୍ଦର ଗିରି, ଗିରିଧାରୀ ପାତ୍ର, ଉମେଶ ଚନ୍ଦ୍ର ବାରିକ, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତ, ଆଦର୍ଶ ବିଦ୍ୟାଳୟ କର୍ମୀ ମାନିକ ଲାଲ ବେହେରା, ମା କିଚକେଶ୍ବରୀ କ୍ଳାସେସ୍ ର ଉପଦେଷ୍ଟା କବୀର କୁମାର ଦାଶ ପ୍ରମୁଖ ରକ୍ତ ଦାନ କରିଥିଲେ।