Body 3

ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Crime State

ଯାଜପୁର : ଖରସ୍ରୋତା ନଈକୁଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁଚନା ମୁତାବକ ଗତକାଲି ମୃତ ଯୁବକ ଜଣକ ୨ ଜଣ ସାଙ୍ଗଙ୍କ ସହିତ ସ୍ଥାନୀୟ ଜନସେବା କେନ୍ଦ୍ରକୁ ଯାଉଛି କହି ଘରୁ ଆସିଥିଲେ । କିନ୍ତୁ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ପରେ ଜୋକଡ଼ିଆ ନଦୀରେ ଜଣେ ଯୁବକ ବୁଡି ଯାଇଥିବା ସୂଚନା ପାଇଥିଲେ । ଆଜି ସକାଳୁ ଯୁବକଙ୍କ ମୃତଦେହ ନଈକୁଳରେ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ପରିବାର ଲୋକେ ଶବ ଚିହ୍ନଟ କରିବା ସହିତ ତାଙ୍କ ଭାଇକୁ ମାରିଦିଆ ଯାଇଛି ବୋଲି ଅଭିଯୋଗ କରିଛନ୍ତି ।