Onn 3

ନକଲି ସିମ୍ କାର୍ଡ ଓ ଜାଲ୍ ବ୍ୟାଙ୍କ ଆାକାଉଣ୍ଟ ମାଧ୍ୟମରେ ଠକେଇ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

State

1-750x430

ଭୁବନେଶ୍ୱର : ନକଲି ସିମ୍ କାର୍ଡ ଓ ଜାଲ୍ ବ୍ୟାଙ୍କ ଆାକାଉଣ୍ଟ ମାଧ୍ୟମରେ ଠକେଇ ମାମଲାରେ ଅନ୍ତଃରାଜ୍ୟ ସାଇବର କ୍ରାଇମ ଗ୍ୟାଙ୍ଗର ଆଉଜଣେ ସଦସ୍ୟକୁ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍‌) ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଗୁଧିଆର ସମିମ ଇସଲାମକୁ ଗିରଫ କରି ୩ ଦିନିଆ ରିମାଣ୍ଡରେ ଆଣିଛି ଏସଟିଏଫ୍‌। ଅଭିଯୁକ୍ତକୁ ଭୁବନେଶ୍ବର ଏସଡ଼ିଜେଏମ କୋର୍ଟରେ ହାଜର କରାଯିବ।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ନକଲି ସିମ କାର୍ଡ ବ୍ୟବହାର କରି ଗରିବ ଲୋକଙ୍କ ନାଁରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏହି ଠକ ଗ୍ୟାଙ୍ଗ ବିଭିନ୍ନ ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି ରାକେଟ ତାଙ୍କର ନେଟଓ୍ବର୍କ ବିଛାଇ ଲୋକଙ୍କୁ ଫସାଇବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ସେକ୍ ଜମିରୁଦ୍ଦିନକୁ ପଶ୍ଚିମବଙ୍ଗରୁ ଗିରଫ କରିବା ପରେ ଏସଟିଏଫ୍‌ ଏବେ ଅନ୍ୟ ଠକଙ୍କୁ ଧରିବାକୁ ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରଖିଛି।