Onn 3

ନାରୀଶକ୍ତି ଦୁନିଆର ସବୁଠୁ ବଡ଼ଶକ୍ତି : ରାଜ୍ୟପାଳ

State

ଆଗରପଡ଼ା :ନାରୀଶକ୍ତି ଦୁନିଆର ସବୁଠୁ ବଡ଼ ଶକ୍ତି । ସମୟ ଚକ୍ରରେ ନାରୀ ଦୁର୍ଗା,କାଳୀ,ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ରୂପ ଧାରଣ କରିଥାଏ । ତେଣୁ ସେ ପୂଜ୍ୟନୀୟା,ଆଦରଣିଆ । ନାରୀମାନଙ୍କ ଉନ୍ନତିରେ ସମାଜ,ରାଜ୍ୟ ତଥା ଦେଶ ଉନ୍ନତି କରିବ ବୋଲି ଶୁକ୍ରବାର ବନ୍ତ ବ୍ଲକ କାଦବରାଙ୍ଗ ସ୍ଥିତ ବାବା ଧବଳେଶ୍ୱର ମହିଳା ମହାସଂଘକୁ ପରିଦର୍ଶନରେ ଆସି ରାଜ୍ୟପାଳ ରଘୁବର ଦାସ ମତବ୍ୟକ୍ତ କରିଥିଲେ । ସଂଘର୍ଷ ହେଉଛି ସଫଳତାର ମାପକାଠି ବୋଲି କହି ନିଜ ସଂଘର୍ଷମୟ ଜୀବନକଥା ରାଜ୍ୟପାଳ କହିଥିଲେ । ଏହାଛଡ଼ା ମହିଳାମାନେ ଉତ୍ତମ ଧରଣର ସାମଗ୍ରୀମାନ ଉତ୍ପାଦନ କରିବାକୁ ପରାମର୍ଶ ଦେବା ସହ ମହିଳାଙ୍କ ସହ ବାର୍ତ୍ତାଳାପ କରି ଉନ୍ନତି କରିବାକୁ ସୁ ପରାମର୍ଶ ଦେଇଥିଲେ ।

ଏଥିରେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମଂଚାସୀନ ଥିଲେ । ଏଠାରେ ବିଭିନ୍ନ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ପୂର୍ବରୁ ଓଡ଼ଙ୍ଗ ଠାରେ ଆଯୋଜିତ ସଭାରେ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ନେଇ ଅଧିକ ଲୋକେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଏହି ସଭାରେ ଧାମନଗର ବିଧାୟକ,ସ୍ଥାନୀୟ ସରପଂଚଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମଂଚାସୀନ ଥିଲେ ।