Onn 3

ଦୁଇଟି ସ୍ବର୍ଣ୍ଣ ପଦକ ଜିଣି ଗୌରବ ଆଣିଲେ ସନ୍ଧ୍ୟା

sports State

ବାରିପଦା : ଜାତୀୟ ସ୍ତରୀୟ ଜନଜାତୀୟ ଖେଳ ମହୋତ୍ସବ – 2023 ରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଲେ ସନ୍ଧ୍ୟା ମୁର୍ମୁ I ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସନ୍ଧ୍ୟା 5000 ମିଟର ଓ 800 ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରି ସେ ଏହି ପଦକ ହାସଲ କରିବାର ସୌଭାଗ୍ୟ ହାସଲ କରିଛନ୍ତି I ବାଙ୍ଗିରିପୋଷି ବ୍ଲକ ସ୍ଥିତ ନିଶ୍ଚିନ୍ତା ଗ୍ରାମର ବିଜୟ ମୁର୍ମୁ ଓ ମୀନା ମୁର୍ମୁଙ୍କ ଝିଅ ସନ୍ଧ୍ୟାଙ୍କ ପିଲାବେଳୁ ଖେଳକୁଦରେ କୌଣସି ଆଗ୍ରହ ନଥିଲେ I ମାତ୍ର 2018 ମସିହାରେ ଏମ ପି ସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ସାଙ୍ଗସାଥିଙ୍କ ଖେଳ ଦେଖି ଖେଳକୁଦ ପ୍ରତି ଆକୃଷ୍ଟ ହୋଇଥିଲେ I

ପରବର୍ତ୍ତୀ ସମୟରେ ବାରିପଦା ଷ୍ଟାଡିୟମରେ ଗୁରୁ ଦଲନ ଚନ୍ଦ୍ର କୁଅଁର ଦେଓଙ୍କ ଠାରୁ ପ୍ରଶିକ୍ଷଣ ପାଇ ତଥା ନିଜର କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସେ 4 ବର୍ଷ ପରେ 2022 ମସିହାରେ ଭୁବନେଶ୍ୱରରେ 5 ହଜାର ଓ 10 ହଜାର ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଗଲେ I ଚଳିତ ବର୍ଷ ରାଉରକେଲାରେ 10 ହଜାର ମିଟର ଦୌଡରେ ଦ୍ଵିତୀୟ ସ୍ଥାନ ଅଧିକାର କରି ପ୍ରମାଣ ପତ୍ର ସହ 10 ହଜାର ଟଙ୍କା ପୁରସ୍କାର ପାଇଥିଲେ I ଏବେ ସେ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳରେ ସାମିଲ ଅଛନ୍ତି I ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ମିଳିଛି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ତଥା ସମସ୍ତ କର୍ମକର୍ତ୍ତା ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I