Onn 3

ଲାଲା ଲଜପତ୍ ରାୟଙ୍କ ଜୟନ୍ତୀ

State

ଆଗରପଡ଼ା :ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ,ବରେଣ୍ୟ ଲୋକନାୟକ ଏବଂ ଲୋକସେବକ ମଣ୍ଡଳୀର ସ୍ରଷ୍ଟା ଲାଲା ଲଜପତ ରାୟଙ୍କ ୧୬୦ତମ ଜୟନ୍ତୀ ଉତ୍ସବ ବନ୍ତ ବ୍ଲକ ନିମାପଡ଼ା ଛକଠାରେ ଅନୁ୍‌ଷ୍ଠିତ ହୋଇଯାଇଛି । ସାମ୍ବାଦିକ ଜ୍ଞାନଦା କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସ୍‌ୃତିଚାରଣ ସଭାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମାଜସେବୀ ରବିନ୍ଦ୍ର ରାଉତ, ଶିକ୍ଷକ ସୁଭେନ୍ଦୁ ବିଶ୍ୱାଳ, ତରଣୀସେନ ବାରିକ,ପଦ୍ମନାଭ ନାୟକଙ୍କ ସହ ଛାତ୍ରଛାତ୍ରୀ ମାନେ ତାଙ୍କର ଫଟୋଚିତ୍ରରେ ଭକ୍ତିପୃତ୍ତ ମାଲ୍ୟାର୍ପଣ କରିି ଦୁଇ ମିନିଟି ନିରବ ପ୍ରାର୍ଥନା କରିଥିଲେ । ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଆଦର୍ଶ ଓ ଜୀବନାଦର୍ଶ ଉପରେ ଉପସ୍ଥିତ ବ୍ୟକ୍ତିମାନେ ଆଲୋକପାତ କରିଥିଲେ ।