Onn 3

ସାମାନ୍ୟ ବଚସାରୁ ହୋଇଥିଲା ଫାୟାରିଂ, ୪ ଅଟକ

Crime State

ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ରାତିରେ ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା କଟାକଟିରୁ ଏହି ଗୁଳି କାଣ୍ଡ ହୋଇଥିବା ଜଣାଯାଇଛି।ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ଅପରାହ୍ନରେ ସେ ଗାଁର ମଙ୍ଗଳା ଠାକୁରାଣୀ ଗଳିରେ ସେ ଆସୁଥିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳିଟି ବିନୟର ଡାହାଣ ହାତରେ ବାଜିଛି । ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସହଦେବ ଖୁଣ୍ଟା ଥାନା ଅଧିକାରୀ ଖବର ପାଇ ହସ୍ପିଟାଲରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି। ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।