Onn 3

ମୟୁରଭଞ ଜିଲାପାଳ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାର ଶୁଭାରମ୍ଭ

State

ବାରିପଦା: ଓଡିଶା ସରକାର ଙ୍କ ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନା ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଶୀକ୍ଷାର୍ଥୀଙ୍କୁ ୟୁନିଫର୍ମ ପ୍ରଦାନ କାର୍ଯ୍ୟକ୍ରମ ମୟୁରଭଞ ଜିଲାର ଜିଲାପାଳ ବିନୀତ ଭରଦ୍ୱାଜ ଙ୍କ ଦ୍ୱାରା ରାଇରଙ୍ଗପୁରସ୍ଥିତ ସରକାରୀ ବାଳିକା ଉଛ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଯୋଜନାରେ ମୟୁରଭଞ ଜିଲାର ମୋଟ ୫୭୦ ଗୋଟି ସରକାରୀ ଓ ସାହାଯ୍ୟପ୍ରାପ୍ତ ସରକାରୀ ଉଛ ବିଦ୍ୟାଳୟର ୨୯,୭୫୯ ଜଣ ଛାତ୍ର ଏବଂ ୨୮,୪୯୨ ଜଣ ଛାତ୍ରୀ ମୋଟ ୫୮,୨୫୧ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ୟୁନିଫର୍ମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି । ଏହି ୟୁନିଫର୍ମ ଯୋଗାଣ ସମ୍ପଦନ ନିମନ୍ତେ ବ୍ଲକ ସ୍ତରୀୟ କମିଟି ଦ୍ୱାରା ଚୟନ କରାଯାଇଥିବା ୪୨୮ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୯୮ ଗୋଟି ମଧ୍ୟମ ଓ ଲଘୁ ଉଦ୍ୟୋଗ କୁ ଜିଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦନ କରାଯାଇଅଛି । ଯେଉଁ ଉଛ ବିଦ୍ୟାଳୟ ମାନଙ୍କରେ ୟୁନିଫର୍ମ ଯୋଗାଣ କାର୍ଯ୍ୟ ନିମନ୍ତେ କୈାଣସି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ମଧ୍ୟମ ଓ ଲଘୁ ଉଦ୍ୟୋଗ ଉପଲବ୍ଧ ନାହାନ୍ତି ସେହି ଉଛ ବିଦୟାଳୟ ମାନଙ୍କରେ ଏହି କାର୍ଯ୍ୟ ଉକ୍ତ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ ସମିତି ଦ୍ୱାରା ସମ୍ପାଦନ କରାଯିବାର ବ୍ୟବସ୍ଥା କରାଯାଇଅଛି ।

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମନୀତ ଅତିଥି ଭାବେ ମୟୁରଭଞ ଜିଲାର ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି , ରାଇରଙ୍ଗପୁର ଉପଜିଲାପାଳ ସରୋଜ କୁମାର ଦାସ , ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ , ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥୀ ମହାନ୍ତି , ମୟୁରଭଞ ଜିଲା ସମଗ୍ର କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୋଷାକ ବିତରଣ କାର୍ଯ୍ୟକ୍ରମ କୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ମହାନ୍ତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରସ୍ମିତା କବାଟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।