Onn 3

ସ୍ୱାଧିନତା ଦିବସ ପାଳନ ପୂର୍ବରୁ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଓ ଜାଗରଣ

State

ବାରିପଦା: ୧୪ ଅଗଷ୍ଟ ସନ୍ଦ୍ୟା ୬ ଘଟିକା ଠାରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ସି.ଆଇ.ଟି.ୟୁ , ସାରା ଭାରତ କୃଷକ ସଭା , ସାରା ଭାରତ କ୍ଷେତ ମଜଦୁର ୟୁନିଅନ ମୟୁରଭଞ ଜିଲା କମିଟି ପକ୍ଷରୁ ପ୍ରାୟ ଦେଢ ଶହ ରୁ ଉର୍ଦ୍ଧ୍ୱ ସଭ୍ୟ ସଭ୍ୟା ମାନଙ୍କୁ ନେଇ ମୟୁରଭଞ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରଦୀପ ପ୍ରଜ୍ୱଳନ ଓ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ସି,ଆଇ,ଟି.ୟୁ ଜିଲା ସଭାପତି ରବି ଗୋସ୍ୱାମୀ ସଭାପତିତ୍ୱ କରିଥିଲେ । ବର୍ତ୍ତମାନ କେନ୍ଦ୍ରରେ ବିଶ୍ୱ ହିନ୍ଦୁପରିଷଦ , ଆରଏସଏସ ଦ୍ୱାରା ପରିଚାଳିତ ଚରମ ସାମ୍ପ୍ରଦାୟୀକ ନରେନ୍ଦ୍ର ମୋଦୀ ଓ ଅମିତ ଶାହାର ବିଜେପି ସରକାର ଗଣତନ୍ତ୍ର ଓ ସମ୍ବିଧାନର ମୂଳତ୍ପାଟନ କରି ଯେ ଶାସନ ଚଳାଇଛନ୍ତି ଏହାଫଳରେ ମଣିପୁରରେ ଦଙ୍ଗା, ହରିୟାନାରେ ଅଶାନ୍ତି ଭଳି ଘଟଣା ଭାରତବର୍ଷକୁ ଭାଗ କରିବାପାଇଁ ଚକ୍ରାନ୍ତ କରିଛନ୍ତି । ଦେଶରେ ଦରଦାମ ବହୁ ଉର୍ଦ୍ଧ୍ୱମୁଖୀ । ସାଧାରଣ ମଣିଷର କ୍ରୟ କ୍ଷମତାରୁ ବାହାରେ । ଦିନକୁ ଦିନ ବେକାରୀ ସମସ୍ୟା ବଢି ଚାଲିଅଛି । ଆଇନର ଶାସନ ନାହିଁ କହିଲେ ଚଳେ ।

ଏପରି ସ୍ଥିତିରେ ଦେଶର ସ୍ୱାଧିନତା ଗଣତନ୍ତ୍ର ସମ୍ବିଧାନ କୁ ବଞ୍ଚାଇବାକୁ ହେଲେ ବିଜେପି ସରକାର କୁ ଦିଲ୍ଲୀ ଗାଦୀ ରୁ ହଟାଇବାକୁ ପଡିବ । ଏ ବିଷୟକୁ ଆଧାର କରି ବ୍ୟକ୍ତବ୍ୟ ରଖିଥିଲେ ସି.ଆଇ.ଟି.ୟୁ ଜିଲା ସଂପାଦକ ଅମଲ ଦେ , ସି.ଆଇ.ଟି.ୟୁ ଜିଲା କୋଷାଧକ୍ଷ ଓ ମୋଟର କର୍ମଚାରୀ ସଂଘ ର ସଭାପତି ରଘୁନାଥ ପଣ୍ଡା , ପାଚିକା ସଂଘର ଜିଲା କମିଟି ସଦସ୍ୟା କୁଞଲତା ମହାନ୍ତ , ସନ୍ଧ୍ୟାରାଣୀ ବେହେରା , ମାଳତୀ ମହାନ୍ତ , ବି.ଏସ.ଏନ.ଏଲ ର କ୍ଷୀତିଶ ସାସମଲ , କ୍ଷେତ ମଜଦୁର ୟୁନିଅନ ଜିଲା ସଦସ୍ୟ ଦାମୋଦର ମୁର୍ମୁ , ମନୋରଞନ ପରିଡା , ଅଶୋକ ଭଞଦେଓ , ଗଙ୍ଗାଧର ସାମଲ , ସୁଭାଷ ତ୍ରୀପାଠି , ସୁଭାସିନୀ ମହାନ୍ତ , ସୁମତି ଧୀର , ପ୍ରମିଳା ବେହେରା , କାଳୁ ଦହୁରୀ , ସୀତା ଚପେୟାର , ଚୁଡାମଣୀ ମାଝୀ , ଶମ୍ଭୁ ବାରିକ , ରେବତୀ ମହାନ୍ତ , ଗୁରୁବାରୀ ନାଏକ , ଶକ୍ତିପଦ ସାହୁ , ସଞୟ ଜେନା , ଜଗନ୍ନାଥ ବିନ୍ଧାଣୀ , ଆହ୍ଲାଦୀ ହେମ୍ବ୍ରମ ପ୍ରମୁଖ ।