ଭୁବନେଶ୍ଵର: କମିଶନରେଟ୍ ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ । ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ।
ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟରେ ସକ୍ରିୟ ରହିଛନ୍ତି ଏପରି ଅନେକ ଗ୍ୟାଙ୍ଗ । ସେମାନଙ୍କୁ ଧରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଖୁବ୍ ଶିଘ୍ର ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବ କମିଶନରେଟ ପୋଲିସ ।