Rew

ଵାଇଦାପୋଷୀ ବସ୍ତି କଲୋନୀ ରେ ପ୍ରଶାସନର ଉଛେଦ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାଇଦାପୋଷୀ ଗ୍ରାମରେ ଏକ ଅତ୍ୟାଧୁନିକ ଷ୍ଟାଡିୟମ,ଫୁଟବଲ ଏକାଡେମୀ ଛାତ୍ରାବାସ, ଆଦିବାସୀ ଗବେଷଣା କେନ୍ଦ୍ର ନିର୍ମାଣ ହେଉଛି । ତେଣୁ ସେଠାରେ ଜମିର ଆବଶ୍ୟକତା ରହିଛି । ସେଠାରେ ସରକାରୀ ଜମି ୭.୫ ଏକର ଜମି ଅଛି । ଯେଉଁଠାରେ କିଛି ବ୍ୟକ୍ତି ସରକାରୀ ଜମିରେ କୋଠାବାଡ଼ି , ଘରଦ୍ଵାର ନିର୍ମାଣ କରିଛନ୍ତି । ଏହାକୁ ନେଇ ପ୍ରଶାସନ ତରଫରୁ ଜବରଦଖଲକାରୀଙ୍କୁ ଉଛେଦ ପାଇଁ ନୋଟିସ ଦେଇଥିଲେ । କିନ୍ତୁ ସେମାନେ ଏହାକୁ କର୍ଣ୍ଣପାତ କଲେ ନାହିଁ ।ଫଳରେ ବାଧ୍ୟ ହୋଇ ପ୍ରଶାସନ ତରଫରୁ ଜେସିବି ଲଗାଇ କିଛି ପାଚେରୀ ଓ ଗୃହକୁ ଭଙ୍ଗା ଯାଇଛି ।ତଦସହ ଜବରଦାଖଲକାରୀଙ୍କ ଘରର ବିଦ୍ୟୁତ ଏବଂ ପାଣି ସଂଯୋଗ କାଟି ଦିଆଯାଇଛି । ଏହାକୁ ନେଇ ବାଇଦାପୋଷୀ ବସ୍ତିବାସିନ୍ଦା ଭୟଭୀତ ହେବା ସହ ନାନା ହଇରାଣ ହରକତ ହେଉଛନ୍ତି ।ତଦସହ ବାଇଦାପୋଷୀ ବସ୍ତି ବାସିନ୍ଦାମାନେ ମଙ୍ଗଳବାର ଦିନ ପ୍ରଶାସନ ଗାଡ଼ିକୁ ତାଙ୍କ ରାସ୍ତା ଦେଇ ନ ଯିବାକୁ ବାଉଁଶ ଦେଇ ଅବରୋଧ କରିବା ସହ ପ୍ରତିବାଦ କରିଥିଲେ ।ପରେ ଦୁଇ ନମ୍ବର ଓ୍ବାର୍ଡ କାଉନସିଲର ସୁକଦେବ ବେହେରାଙ୍କ ନେତୃତ୍ବରେ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କ ପାଖରେ ଦ୍ବାରସ୍ଥ ହୋଇ ଏକ ଲିଖିତ ଦାବିପତ୍ର ପ୍ରଦାନ ସହ ଅନୁରୋଧ କରିଥିଲେ କି ସେମାନେ ଦିର୍ଘବର୍ଷ ହେଲା ଖାତା ନମ୍ବର ୧୬୦ ଏବଂ ପ୍ଳଟ ନମ୍ବର ୧୧୫୩ ରେ ଦିର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ଘର କରି ରହିଆସୁଅଛୁ । ଏଠାରେ ମଧ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ଇନ୍ଦିରା ଆବାସ ଯୋଜନା, ବିଜୁଳି,ପାଣି ସଂଯୋଗ ଦିଆଯାଇଛି ।ଖଜଣା ମଧ୍ୟ ଦେଇଆସୁଅଛୁ ।ହେଲେ ପ୍ରଶାସନ ତରଫରୁ ଆମକୁ ବିସ୍ଥାପିତ କରୁଛି ଓ ଆଗକୁ କରିବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ବାରା ସମସ୍ତଙ୍କୁ ସୋମବାର ରାତିରେ ଜଣାଇଥିଲେ ।ଏଭଳି ଶୀତ ,କାକର ଜାଡ ସମୟରେ ଆମ୍ଭେ ଛୁଆପିଲା, ବୁଢ଼ାବୁଢ଼ୀ,ଗୃହର ଆଵାସ ପତ୍ର,ଛେଳି,କୁକୁଡ଼ା ନେଇ କୁଆଡେ ଯିବୁ । ଆମ୍ଭେ ପ୍ରକଳ୍ପକୁ ବିରୋଧ କରୁନାହୁଁ କିନ୍ତୁ ‌ସେଥପାଇଁ ଯେତିକି ଜମି ଆବଶ୍ୟକ ସେତିକି ନିଅନ୍ତୁ ଆମକୁ ହଇରାଣ ହରକତ କରନ୍ତୁ ନାହିଁ । ଆମ୍ଭମାନଙ୍କୁ ଦୟା କରନ୍ତୁ । ଉପଜିଲ୍ଲାପାଳ ସେମାନଙ୍କୁ ମପାଜୁପା ସରିଲା ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟା ସ୍ଥଗିତ ରହିବା ବୋଲି କହିଥିଲେ ।ବସ୍ତି ଉଚ୍ଛେଦ ନେଇ ବସ୍ତି ବାସିନ୍ଦା ଭୟଭୀତ ସହ ଦୁଃଖରେ କନ୍ଦାକଟା କରି ରହିଛନ୍ତି ।ଵିରିମାଡ ଦେଖି କୋଳଥ ଚୋପା । ଯେଉଁ ଜମି ଦଲାଲ,ଜମି ମାଫିଆ ମାନେ ସରକାରୀ ଜମି ମାଡ଼ି ବସିଛନ୍ତି ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରାମବାସୀ ତଥା ସ୍ଥାନୀୟ ଜଣସାଧାରଣଙ୍କୁ ପ୍ରକଳ୍ପ ନିର୍ମାଣରେ ର ସହଯୋଗର ହାତ ବଢାନ୍ତୁ ବୋଲି ନିବେଦନ କରାଯାଇଅଛି ।