ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ ହୋଇଛି । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି । ସୂଚନା ଅନୁଯାୟୀ ଭୁବନେଶ୍ବର ରେଳ ଷ୍ଟେସନରେ କିଛି ପ୍ୟାକେଟ ରଖାଯାଇଥିଲା । ଯାହାକୁ ବିଶାଖା ଟ୍ରେନରେ ସିକନ୍ଦରାବାଦ ପଠାଯିବାର ଥିଲା ।
