Onn 3

ରଘୁନାଥପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ

State

ଆଗରପଡ଼ା :ପବିତ୍ର ସାଧାରଣ ତନ୍ତ୍ର ଦିବସ ଅବସରରେ ବନ୍ତ ପଞ୍ଚାୟତ ଅଧିନସ୍ଥ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକତ୍ସୋବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ପ୍ରଧାନଶିକ୍ଷକ ଉତ୍ତମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥିରୁପେ ସାଧନା କେନ୍ଦ୍ରର ସଂଯୋଜକ ଜଗତ୍ ଜୀବନ ଜେନା, ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ସେଠୀ, ଶିକ୍ଷକ ମହେଶ ସାହୁ, ଶିକ୍ଷୟିତ୍ରୀ ସୁନିତି ସାହୁ,ଲବଙ୍ଗଲତା ସାହୁ,ସନାତନ ସେଠୀ,ପ୍ରତାପ ବିଶ୍ୱାଳ,ଭାଗିରଥି ସେଠୀ,ବିଦ୍ୟାଳୟ କମିଟିର ସଭାପତ ଆଶିଷ କୁମାର ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ଗ୍ରହଣ କରି ଜଣେ ଜଣେ ଭଲମଣିଷ ହେବାକୁ ଆହ୍ୱାନ ଦେଇଥିଲେ ।ଏ ହି ଉପଲକ୍ଷେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଧଳ ଅତିଥିପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚଳନା କମିଟିର ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।