Onn 3

ଭଗବାନ କୃଷ୍ଣଙ୍କ ବିଶ୍ୱରୂପ ଅଭିଷେକ ଉତ୍ସବ

State

ଆଗରପଡ଼ା :ପବିତ୍ର ଦେବାଭିଷେକ ପୂର୍ଣ୍ଣିମା ଅବସରରେ ବନ୍ତ ବ୍ଲକ ସଖିପାଟଣା ଠାରେ ବାବା ବ୍ରହ୍ମାନନ୍ଦ ଦାଶଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ବିଗ୍ରହର ଅଭିଷେକ ଉତ୍ସବ ତ୍ରୀ ଦିବସ ଧରି ଶ୍ରଦ୍ଧାଳୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛଇ । ଉକ୍ତ ଉତ୍ସବର ପ୍ରାରମ୍ଭରେ ୨୯ ଜଣ ପୁରୁଷ ଓ ମହିଳାମାନଙ୍କ ଦ୍ୱାରା କ୍ଷୀଣ ପ୍ରଭା କପାଳୀ ନଦୀରୁ ଘଟୋତ୍ତୋଳନ କରା ଯାଇ ପୂଜାରମ୍ଭ ହୋଇଥିଲା । ପ୍ରଥମେ ସୂର୍ଯ୍ୟଦେବଙ୍କ ପୂଜା, ଗୋ ପୂଜାଦି କରାଯିବା ସହ ଶ୍ରୀ ବିଶ୍ୱରୂପଙ୍କର ଷୋଡ଼ଶ ପୁଜା ସହ ଯଜେ୍ଞଶ୍ୱରଙ୍କର ଦଶକର୍ମାଦି ସଂସ୍କାର କରାଯାଇ ଗୀତାପାଠ ସହ ପତ୍ୟେକ ମନ୍ତ୍ରରେ ଘୃତାହୁତି ପ୍ରଦାନ କରାଯାଇଥିଲା । ଅପରାହ୍ନରେ ବହୁ ଭକ୍ତଙ୍କ ଉପସ୍ଥିତିରେ ବେଦପାଠର ଧ୍ୱନିରେ ବିଶ୍ୱର ମଙ୍ଗଳ ନିମିତତ୍ତପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ସଂଧ୍ୟାରେ ମଧ୍ୟ ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବର ମୁଖ୍ୟ କଳସ ମନମୋହନ ସାହୁ ଆଣିଥିବା ବେଳେ ଯଜ୍ଞ କାର୍ଯ୍ୟ ସଂପାଦନ କରିଥିଲେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପର୍ଥୀ ,ରତ୍ନାକର ଦାଶ ଫକୀର ମୋହନ ତ୍ରୀପାଠି ପ୍ରମୁଖ । ଏହାକୁ ଅଲେଖ ଚନ୍ଦ୍ର ପଢ଼ିଆରୀ, ସୁରେନ୍ଦ୍ର ବାରିକ,ଧନଂଜୟ ବାରିକ,ମାଧବାନଂଦ ନାୟକ,ସନାତନ ଦାସ,ନାରାୟଣ ନାୟକ,ସଙ୍କର୍ଷଣ ସାହୁ,ଅର୍ଜୁନ ଚରଣ ପଲାଇ ଙ୍କସହ ଗ୍ରାମବାସୀ ମାନେ ସହ ଯୋଗ କରିଥିଲେ ।