Onn 3

ତରତଶାସନ ପଞ୍ଚାୟତରେ ଜନରାଜ୍ୟ ଦିବସ ପାଳିତ

State

ନିଶ୍ଚିନ୍ତକୋଇଲି : ତରତଶାସନ ପଞ୍ଚାୟତରେ ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସରପଞ୍ଚ ମିନତୀ ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରି ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅଭିବାଦନ ଗ୍ରହଣ କରିଥିଲେ । ପୂର୍ବତନ ସମିତିସଭ୍ୟ ପ୍ରମୋଦ ପରିଡ଼ାଙ୍କ ପୌରହିତ୍ୟରେ ଆୟୋଜିତ ଏକ ସଭାରେ ସମିତିସଭ୍ୟା ଟିକି ପଣ୍ଡା, ବରିଷ୍ଟ ନାଗରିକ ମଞ୍ଚର ସଭାପତି ଶରତ ଚନ୍ଦ୍ର ଦାଶ, ଆଇନଜୀବୀ ଜିତେନ୍ଦ୍ର କୁମାର ମିଶ୍ର,ସମାଜସେବୀ ବ୍ରଜମୋହନ ପଣ୍ଡା, ପଞ୍ଚାୟତ ସଭାପତି ପ୍ରମୋଦ ମଲିକ, ନାଏବ ସରପଞ୍ଚ ଅଚ୍ୟୁତାନନ୍ଦ ବେହେରା, ପିଇଓ ସୁରେଶ କୁମାର ସାହାଣୀ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।