Onn 3

ନୂତନ ଡି ଇ ଓ ଙ୍କୁ ସ୍ୱାଗତ କଲେ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି କର୍ମକର୍ତ୍ତା

State

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଯୋଗଦାନ କଲାପରେ ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତା ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି I ଜିଲ୍ଲାର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ସର୍ବବିଧ ଉନ୍ନତି ପାଇଁ ଶିକ୍ଷକ ସମାଜ କାର୍ଯ୍ୟ କରିବାକୁ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ I

ଶିକ୍ଷକ କର୍ମକର୍ତ୍ତା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ବିକାଶରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ନୂତନ ଶିକ୍ଷା ଜିଲ୍ଲା ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ I ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷକ ନେତା ବିମଳ କୁମାର ଆଚାର୍ଯ୍ୟ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଆରତ ପରିଡା, ହରେକୃଷ୍ଣ ବାରିକ, ରାଜେନ୍ଦ୍ର ମହାନ୍ତ, ରଞ୍ଜନ ବାରିକ, ପ୍ରଦୀପ କୁମାର ନାଥ, ସିଦ୍ଧେଶ୍ୱର ମିଶ୍ର, ବଳରାମ ନାଥ, ସୋମନାଥ ସିଂହ, ଶିବ ନାରାୟଣ ମହାନ୍ତ ଛବିଲତା ବାରିକ, ରାକେଶ ପ୍ରଧାନ, ଦିଲ୍ଲୀପ କୁମାର ପାତ୍ର, ସବିତା ବାଗ ଓ ଶିବ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I