Onn 3

ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତି ମୃତ୍ୟୁର ପରିଚୟ ମିଳିଲା

Crime State

ବାରିପଦା: ଶନିବାର ରାତିରେ ଘଟିଥିଲା ମର୍ମନ୍ତୁଦ ଛାତିଥରା ଦୁର୍ଘଟଣା ।ଖୁବ୍ କମ୍ ସମୟ ମଧ୍ୟରେ ପୋଲିସକୁ ସଫଳତା ମିଳିଲା । ରାଇରଙ୍ଗପୁର – ବିଶୋଇ ରାସ୍ତାର ଅସନବଣି – ଭରଣ୍ଡିଆ ମଝି ରାସ୍ତାରେ ଶନିବାର ଦିନ ରାତି୯.୩୦ ଟା ପାଖାପାଖି ସମୟରେ ଜନୈକ ବ୍ୟକ୍ତି ଏକୁଟିଆ ବେଗ ଖଣ୍ଡେ ଧରି ଭରଣ୍ଡିଆ ଆଡ଼କୁ ଚାଲି ଚାଲି ଯାଉଥିଲେ ।ଏହି ସମୟରେ ପଛରୁ ଦୃତ ଗତିରେ ଏକ କାର (ଓଡି ୧୧ଟି ୪୨୫୮) ପଛରୁ ଆସି ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଥିବା ।ପଥଚାରୀ ର ମୁଣ୍ଡ,ଗଣ୍ଡି ଅଲଗା କରି ଦେଇଥିଲା ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ।

ମୃତକ ହେଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଆହାରଵନ୍ଧ ଗ୍ରାମର ଭୀମ ପାତ୍ର(୪୮) । ରାଇରଙ୍ଗପୁର ପୋଲିସ ଭୀମ ପାତ୍ରର ପୁଅ ବୀରେନ୍ଦ୍ର ପାତ୍ରଙ୍କ ଲିଖିତ ଅଭିଯୋଗ ଅନୁସାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୫୪/୨୩ ରୁଜୁ କରି ରବିବାର ଦିନ ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।