Onn 3

କୁସୁମି ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଦସ୍ଯ ବୈଦ୍ୟନାଥଙ୍କ ଦେହାନ୍ତରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର କୁମୁଡାଶୋଳ ଗ୍ରାମର ବୈଦ୍ୟନାଥ ମହାନ୍ତ(୫୦)ଙ୍କ ଝୁଲନ୍ତା ମୃତଦେହକୁ ବାଦାମପାହାଡ ପୋଲିସ ଉଦ୍ଧାର କରିଛି ।ଘରେ କେହି ନ ଥିବାବେଳେ ଘର ଭିତରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ।ସେ ଜଣେ ଅମାୟିକ,ଭଦ୍ରକ,ମିଷ୍ଟଭାଷୀ , ପରୋପକାରୀ, ସାମାଜିକ କର୍ମି ଥିଲେ । ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଗଭୀର ଶୋକ ପ୍ରକାଶ କରିବା ସହ ଭଗବାନ ତାଙ୍କର ଅମର ଆତ୍ମାର ସଦଗତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।ସେ ମନ୍ତ୍ରୀ ଙ୍କ ଜଣେ ସହକର୍ମୀ ଥିଲେ ।

ତଦସହ ତାଙ୍କ ମୃତ୍ୟୁ ଖବର ପାଇ ବରିଷ୍ଠ ବିଜେଡି ନେତା, ରାଜ୍ୟ ବିଜେଡି ସଂପାଦକ ମହେଶ ହେମ୍ବ୍ରମ, ତଥା ୧୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ, ସୁଶିଲ ଗିରି, ଧାଙ୍ଗିଡିମୁତା ସରପଞ୍ଚ ଦିଲିପ ବାବୁ ,ରାଜ୍ୟ ବିଜେଡି ଛାତ୍ର ସଂପାଦକ ବିକାଶ ମହାନ୍ତ, ମୁନା ବାରିକ, ପ୍ରକାଶ ଏବଂ ବହୁ ବିଜେଡି କର୍ମି ପ୍ରମୁଖ ବୈଦ୍ୟନାଥଙ୍କ ପୈତୃକ ଗ୍ରାମ କୁମୁଡାଶୋଳରେ ପହଞ୍ଚି ତାଙ୍କର ଦିବଂଗତ ସାଥୀଙ୍କୁ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସହ ଭଗବାନ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ପରେ ବୈଦ୍ୟନାଥ ଙ୍କ ପୈତୃକ ଗ୍ରାମ କୁମୁଡାଶୋଳରେ ଶେଷକୃତ୍ୟରେ ଯୋଗ ଦେଇଥିଲେ ।