Err

ଆବାସ ଅସମ୍ପୂର୍ଣ୍ଣ ହିତାଧିକାରୀଙ୍କୁ ଅର୍ଥ ଫେରସ୍ତ ନିମନ୍ତେ ନୋଟିସ

State

ଆଗରପଡ଼ା :ବନ୍ତ ବ୍ଲକର ୨୫ଟି ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଦୌ ଘର କାର୍ଯ୍ୟ ଆରମ୍ଭ କରିନଥିବା ଏବଂ ଅସମ୍ପୂର୍ଣ୍ଣ ରଖିଥିବା ହିତାଧିକାରୀ ଟଙ୍କା ଫେରସ୍ତ କରିବାକୁ ବ୍ଳକ ପ୍ରଶାସନ ପକ୍ଷରୁ ନୋଟିସ ଜାରୀ କରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ;୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଯୋଜନାରେ ବ୍ଲକରେ ମୋଟ ୩୧୨୨ଗୃହ ମଂଜୁର ହୋଇଥିଲା । ସେଥିମଧ୍ୟରୁ ୩୦୭୮ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ ପ୍ରଥମ କିସ୍ତି ବାବଦରେ ୪୦ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ସୂଚନା ଅନୁଯାୟୀ ୧୬୭୫ ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିଥିବା ବେଳେ ୧୪୦୩ ହିତାଧିକାରୀଙ୍କ ଘର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଘର କାର୍ଯ୍ୟ କରୁନଥିବା ଏବଂ ଅସମ୍ପୂର୍ଣ୍ଣ ରଖିଥିବା ହିତାଧିକାରୀମାନେ ନେଇଥିବା ଟଙ୍କା ଫେରସ୍ତ କରିବାକୁ ବ୍ଳକ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଥିବାର ଜଣାପଡ଼ିଛି । ଅର୍ଥ ଫେରସ୍ତ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।