Photo For The News Of Abasarakalina Sabha Of Ganesh Sahu

ଅବସରକାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା :ବନ୍ତ ବ୍ଲକ ତୋଡ଼ଙ୍ଗା ପଂଚାୟତ ଚିନାମାଳୀରେ ଅବସ୍ଥିତ ବାସୁଦେବ ଜିଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଗଣେଶ ପ୍ରସାଦ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଚିନାମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓଲଷ୍ଟା ଯୁଗ୍ମ ସଂପାଦକ ପ୍ରଣୟ ସିଂହଙ୍କ ସଭାପତିତ୍ୱ ଓ ସହ ସଂପାଦକ ଜଗନ୍ନାଥ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବ୍ଳକ ଗୋଷ୍ଠୀ ସଂଯୋଜକ ହରେକୃଷ୍ଣ ଆପଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭଣ୍ଡାରିପୋଖରୀ ସାଙ୍ଗଠନିକ ନେତା ଓ ବିଶିଷ୍ଠ ଶିକ୍ଷାବିତ୍ ସୁଧାଂଶୁ ଶେଖର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ତୋଡ଼ଙ୍ଗା ସରପଂଚ ମାନସ ରଂଜନ ପହି ,ସମିତିସଭ୍ୟ ଚିତ୍ତରଜଂନ ଦାସ, ସିଆରସିସି ଶୁଭ୍ର ପ୍ରକାଶ ରାଉତ, ଓଲଷ୍ଟା ବ୍ଲକ ସଭାପତି ଅନିରୁଦ୍ଧ ଜେନା, ରାଜ୍ୟ ଉପସଭାପତି ଅଶୋକ ରାଉତ, ଜିଲ୍ଲା ସଂପାଦକ ଉପେନ୍ଦ୍ର ବିଶ୍ୱାଳ, ପୂର୍ବତନ ରାଜ୍ୟ ଯୁଗ୍ମ ସଂପାଦକ ରୋହିତ ଜେନା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ,କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶଶୀଭୂଷଣ କରଶର୍ମା,ଡ଼ଗରପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅରୁଣ ବେହୁରିଆ, ବନ୍ତ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଜେନା, ସଭାପତି ତୁଶାର ଜେନା, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦେ, ସଭାପତି ପ୍ରଦିପ ସାହୁଙ୍କ ସମେତ ଉଭୟ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ୟ/ସଭ୍ୟା, ପୁରାତନ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।