Photo For The News Of Abasarakalina Sabha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ବିପିନ୍ ବିହାରୀ ପାଢୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ହାଇସ୍କୁଲ ପରିସରରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ସମାରୋହରେ ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ,ଶିକ୍ଷାବିତ୍ ଶଶିଶେଖର କରଶର୍ମା,କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧରନଶିକ୍ଷକ ଶରତ ଜେନା,କୃପାସିନ୍ଧୁ ହାଇସ୍କୁଲ ପ୍ରଧାନଶିକ୍ଷକ ବିମଳ ଦାସ,ବାଲିପୋଖରୀ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଶାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସହକାରୀ ଶିକ୍ଷକ ଅଜିତ ରାଉଳଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ଷ୍ଟାଣ୍ଡିଂ କମିଟି ସଭାପତି ତଥା ସରପଂଚ ପ୍ରକାଶ ବିଶ୍ୱାଳ,ପରିଚାଳନା କମିଟି ସଭାନେତ୍ରୀ ବର୍ଷାରାଣୀ ମଲ୍ଲିକ,ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ,ହରିହର ପାଣିଗ୍ରାହୀ,ଦୋଳଗୋବିନ୍ଦ ନାଥ ପ୍ରମୁଖ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଗୁଣାବଳୀ ସଂପର୍କରେ ଆଲୋଚନା କରିଥିଲେ । ଭୀମସେନ ପାଲ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା,କୈଳାସ ପଣ୍ଡା,ସାଗରୀକା ମହାନ୍ତି,ସାବିତ୍ରୀ ଦାଶ,ପ୍ରମୋଦିନୀ ସାହୁ,ରଂଜିତା ଶିଅଳ,ବିଦ୍ୟୁତଲତା ଦାସ,ସୁଶାନ୍ତ ଜେନା,ଇତିଶ୍ରୀ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ସଂପାଦନା କରିଥିଲେ ।