Onn 3

ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ : ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା

Religion and Cult State

 

nuakhai

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ର ଲୋକପର୍ବ ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ନୂଆଁ ନୂଆଁରେ ପାଳନ ହେବ ନୂଆଖାଇ ପର୍ବ  । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବ  ।  ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି  । ଏବଂ ଘରେ ଘରେ ଜମୁଛି ପିଠାପଣାର ଆସର । କେବଳ ନୂଆଁ ଧାନ ନୁହେଁ , ଲୁଗାପଟା ଠାରୁ ଆରମ୍ଭ କରି ଘରର ଅନେକ ଘରକରଣା ଜିନିଷ ବି ନୁଆ ଭାବରେ ବ୍ୟବହୃତ ହୁଏ  ।

ପିଲାଠୁ ବୟସ୍କ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନୂଆ ଖାଇବାର ପରମ୍ପରା ରହିଛି  । କେବଳ ଚାଷୀ ନୁହେଁ ବରଂ ସମସ୍ତ ବର୍ଗର ଲୋକେ ନୂଆଁଖାଇ ପର୍ବକୁ ବଡ ଧୂମଧାମ ସହକାରେ ପାଳନ କରିଥାନ୍ତି ।  ସବୁ ଶତ୍ରୁତା ଦ୍ଵେଷ ବିଦ୍ୱେଷ କୁ ଭୁଲି ଗାଁ ଲୋକେ ନିଜ ନିଜ ପରିବାର ମଧ୍ୟରେ ଏକାଠି ହୋଇ ନୂଆ ଖାଇ ଥାନ୍ତି । ଆଦିବାସୀ ନୃତ୍ୟ, ଡାଲଖାଇ, ମାଇଲା ଜଡ଼, କୁରେଫୁଲ ଭଲି ଅନେକ ପାରମ୍ପରିକ ନୃତ୍ୟ ଗୀତରେ ସମସ୍ତେ ସାମିଲ ହୋଇ ଖୁସି ମନାଇବେ । ସେପଟେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୨୭ ରୁ ୧୦ଟା ୪୨ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ହେବ । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠି ନୂଆଁଖାଇବେ ପଶ୍ଚିମ ଓଡିଶାବାସୀ ।

ପରେ ଜୁହାରଭେଟ୍ ତାପରେ ନୂଆଁଖାଇ ଭେଟଘାଟରେ ଦୁଲୁକିବ ଗାଁଠୁ ସହର ।ଅନ୍ୟପଟେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୂଖ ଶୁଭେଚ୍ଛା ଜଣାଇଛନ୍ତି ।