ଆଗାମୀ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଜଗନ୍ନାଥ ସେନା ବିରୋଧ କରିଛି। ଭିତର ରତ୍ନଭଣ୍ଡାରର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ରିପୋର୍ଟ ଦେଇଛି ହେଲା ତାକୁ ଖୋଲି ମରାମତି କରାଯାଉନାହିଁ। ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ କହି ସରକାର ଭକ୍ତଙ୍କୁ ଭୂଆଁ ବୁଲାଉଥିବା ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀଜଗନ୍ନାଥ ସେନା ତରଫରୁ କୁହାଯାଇଛି। ତେଣୁ ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ତରଫରୁ ଓଡିଶା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି।