Suresha 3 750x430

ମଣ୍ଡିରେ ଦଲାଲଙ୍କୁ ହେବ ପାଟ୍ରୋଲିଂ, ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ କରିବେ ତଦାରଖ: ମନ୍ତ୍ରୀ ସୁରେଶ ପୂଜାରୀ

State

ଭୁବନେଶ୍ୱର : କାଲିଠୁ ଆରମ୍ଭ ହେବ ଧାନ କିଣା । ଚାଷୀ ପ୍ରସ୍ତୁତ ,ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମୁଁ ମଧ୍ୟ ପ୍ରସ୍ତୁତ । କାଲିଠୁ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ କିଣାରେ ବଡ ଜିଲ୍ଲା । ସେଥିପାଇଁ ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ ଅଧିକୃତ ଅଧିକାରୀ ରହିବେ ଏବଂ ଦେଖିବେ କଟନୀ ଛଟନୀ ହେଉଛି । ଏହା ସହ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ ସେନେଇ ମଧ୍ୟ ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ କରାଯିବ ଏହାପରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଏ ନେଇ ରିପୋର୍ଟ ପ୍ରଦାନ କରିବେ । ଏଥିସହ ୪ ରୁ ୫ ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲ ମାନେ ଯେମିତି ମଣ୍ଡି ମଧ୍ୟକୁ ଆସିପାରିବେ ନାହିଁ ସେ ନେଇ ମଧ୍ୟ ପୋଲିସ ପାଟ୍ରୋଲିଂ କରାଯିବ । ବରଗଡ଼ ଓ ସମ୍ୱଲପୁର ପାଇଁ ମୋର ଉତ୍ତର ଦାୟିତ୍ଵ ରହିଛି। ସେଠାରେ କେମିତି ଧାନ ବିକ୍ରି ହେବ , ଚାଷୀ ମାନେ ତାଙ୍କର ଉପଯୁକ୍ତ ମୂଲ୍ୟ ପାଇପାରିବେ, ସଫଳତାର ସହ କେମିତି ଧାନ ବିକ୍ରି କରିପାରିବେ ତାହା ସହ ସରକାର ଯେଉଁ ୮୦୦ ଟଙ୍କା ସବସିଡି ବ୍ୟବସ୍ତା କରିଛନ୍ତି ତାହା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ ।