ସେପଟେ ପୁରୀରେ ବାଲୁକାକଳା ମାଧ୍ୟମରେ ନୂଆଁଖାଇ ଜୁହାରର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଧାନ ଅମଳର ଖୁସିରେ ଏହି ପର୍ବ ପାଳିତ ହେଉଥିବା ଯୋଗୁଁ ସୁଦର୍ଶନ ଏହି ବାଲୁକା କଳାରେ ନୂଆ ଧାନକୁ ସ୍ଥାନ ଦେଇଛନ୍ତି । ଏଥିସହିତ ନିଜ ବାଲୁକାକଳାରେ ପଶ୍ଚିମଓଡ଼ିଶାର ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ଚିତ୍ର ମଧ୍ୟ ଖୁବ ସୁନ୍ଦର ଭାବରେ ପ୍ରସ୍ତୁତ କରିଛନ୍ତି । ନୀଳାଦ୍ରି ବେଳାଭୂମିରେ ପ୍ରସ୍ତୁତ ପ୍ରାୟ ୧୦ ଫୁଟ ଲମ୍ବର ଏହି ବାଲୁକାକଳାରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ନାରୀର ଅପରୂପ ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି ।