Onn 3

ଏଏସ୍‌ଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରା ନିଲମ୍ବିତ

Crime State

କଟକ: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀପାଟଣା ଗାଁରେ ରାଜନୀତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବୋମାମାଡ଼ କରିବା ସହିତ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଥିବା ବିରଞ୍ଚି ମନ୍ତ୍ରୀ ଫେରାର ହୋଇଯାଇଥିଲେ। ଗତ ୮ ତାରିଖରେ ସେ ତାଙ୍କ ଘରକୁ ଆସିଥିବା ନେଇ କୌଣସି ସୂତ୍ରରୁ ଆଠଗଡ଼ ଥାନା ପୁଲିସ ଖବର ପାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କୁ ପୁଲିସ ଘରୁ ଉଠାଇ ଆଣିଥିଲା ଓ ଥାନା ହାଜତରେ ରଖିଥିଲା।

ଗତ ୯ ତାରିଖ ସକାଳେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଆଠଗଡ଼ ଥାନା ହାଜତରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି।