3

ମାର୍ଚ୍ଚ ୨୨ରେ ଅରିଲୋ ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଦୋଳ ମେଳଣ ପାଇଁ ଶାନ୍ତିକମିଟି ବୈଠକ

State

(କଟକ ଅରିଲୋରୁ ବୁଲୁ ପାତ୍ରଙ୍କ ରିପୋର୍ଟ)  :  କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ଅରିଲୋ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଦୋଳ ମେଳଣ ଚଳିତ ବର୍ଷ ମାର୍ଚ୍ଚ ମାସ ୨୨ତାରିଖ ଶୁକ୍ରବାର ରାତିରେ ଅନୁଷ୍ଠିତ ହେବ । ଏନେଇ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଅରିଲୋ ମେଳଣ ଶାନ୍ତି କମିଟିର ସଭାପତି ଯୁଧିଷ୍ଠିର ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

1

ଏହି ପ୍ରସ୍ତୁତି ବୈଠକ ରେ କଟକ ସଦର ଥାନାରେ ନୂତନ କରି ଯୋଗ ଦେଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ଏବଂ ତାଙ୍କର ସହକର୍ମୀ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ଦୋଳ ମେଳଣ ସଂକ୍ରାନ୍ତରେ ବିଭିନ୍ନ କଥା ଆଲୋଚନା କରାଯାଇଥିଲା । ଆଇଆଇସି ଶ୍ରୀ ମଲ୍ଲିକ ସମସ୍ତ କଥା ଶୁଣିବା ପରେ ଚଳିତ ବର୍ଷ ଅରିଲୋ ମେଳଣକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ କେତେକ ଫଦକ୍ଷେପ ନେଇଥିଲେ ।

2

ଦୋଳ ମେଳଣକୁ ଆସୁଥିବା ବିମାନ ପାରମ୍ପରିକ ବାଜା ବଜାଇ ଯାଇପାରିବେ । ଡିଯେ ସାଉଣ୍ଡ , ହାବେଳୀ ବାଣକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏହାସହିତ ମଦ୍ୟପାନ କରି କେହି ଯେମିତି ମେଳଣକୁ ନଆସନ୍ତି ସେଥିପ୍ରତି ସମସ୍ତ ଗ୍ରାମର ମୁରବୀ, ଦୋଳ ବିମାନର ମାର୍ଫତଦାର , ଶାନ୍ତି କମିଟିର ସଭାପତି, ସଦସ୍ୟ ମାନେ ଦୃଷ୍ଟି ଦେବାକୁ ଆଇଆଇସି ଶ୍ରୀ ମଲ୍ଲିକ ପ୍ରସ୍ତୁତି ବୈଠକରେ ସୂଚନା ଦେଇଥିଲେ ।

4

ଏହି ବୈଠକରେ ଅରିଲୋ ଜନାର୍ଦ୍ଦନ ଦେବ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ, ଅରିଲୋ ଗ୍ରାମ ଦୋଳ କମିଟିର ସଦସ୍ୟ, ବିଭିନ୍ନ ଦୋଳ ବିମାନର ମାର୍ଫତଦାର,ବିଭିନ୍ନ ଗ୍ରାମର ମୁରବୀ, ଯୁବକ, ନଗରୀ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।